oom

ପ୍ରଫେସର ଦେବୀପସନ୍ନ ପଟ୍ଟନାୟକଙ୍କ ବିୟୋଗରେ ଶୋକସଭା

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶିଷ୍ଟ ସାହିତ୍ୟିକ, ସାହିତ୍ୟ ସଂଗଠକ ଶିକ୍ଷାବିତ ତଥା ପ୍ରାକ୍ତନ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ଓଡ଼ିଆ ବିଭାଗ ପ୍ରାଧ୍ୟାପକ ପ୍ରଫେସର ଦେବୀପସନ୍ନ ପଟ୍ଟନାୟକ(୬୨)ଙ୍କ ଶନିବାର ସକାଳେ ହାଇଦ୍ରାବାଦ ସ୍ଥିତ ଏକ ହସ୍ପିଟାଲରେ ପରଲୋକ ହୋଇଯାଇଛି । ସେ ଏକାଧାରରେ ଜଣେ ମେଳାପୀ ଛାତ୍ରବତ୍ସଳ ଅଧ୍ୟାପକ ଥିଲେ । ଜୀବନର ଶେଷ ପର୍ଯ୍ୟନ୍ତ ସେ ଓଡ଼ିଆଭାଷା ଓ ସାହିତ୍ୟର ପ୍ରଚାର ଓ ପ୍ରସାର ଏବଂ ଓଡ଼ିଆଭାଷାକୁ ରୁଦ୍ଧିମନ୍ତ କରିବାକୁ ପ୍ରୟାସ ଜାରି ରଖିଥିଲେ । ତାହାଙ୍କ ବିୟୋଗରେ ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶାର ଜଣେ ସାହିତ୍ୟ ସାରଥୀ ତଥା ଏକ ଉଜ୍ଵଳ ଜ୍ୟୋତିକୁ ହରାଇଲା ବୋଲି ଗଣନା କରାଯାଇଛି । ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରସ୍ଥ ଲକ୍ଷ୍ମଣ ଭବନଠାରେ ଏହି ଅବସରରେ ଆୟୋଜିତ ଏକ ସ୍ମୃତିଚାରଣ ସଭା ସଂଗ୍ରାମୀ ନେତା ଏନ୍.ନାରାୟଣ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ତତ୍କାଳୀନ ଛତ୍ରପୁର ଜିଲ୍ଲା ଶିକ୍ଷାଧିକାରୀ ତଥା ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ନିରଞ୍ଜନ ତ୍ରିପାଠୀ, ବିଶିଷ୍ଟ ଶିକ୍ଷାବିତ ସୋମନାଥ ସାହୁ, ପ୍ରାକ୍ତନ ସାହିତ୍ୟ ଏକାଡେମୀ ସଦସ୍ୟ ତଥା ବିଶିଷ୍ଟ କବି ସୁଶାନ୍ତ ଦାଶ୍, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ କବି ଅଜିତ ସେଠୀ, ଲକ୍ଷ୍ମଣଭବନ ସମ୍ପାଦକ ସାଲ କ୍ରିଷ୍ଣା ରେଡ୍ଡୀ, ଆଡ଼ଭୋକେଟ ଡ଼ି. ଆଦିନାରାୟଣ ରେଡ୍ଡୀ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତଆତ୍ମାଙ୍କ ସଦଗତି କାମନା କରି ନିମନ୍ତେ ଦୁଇମିନଟ ନୀରବ ପ୍ରାର୍ଥନା କରିଥିଲେ ଏବଂ ତାଙ୍କ ସ୍ମୃତିଚାରଣ କରିଥିଲେ ।

jittmm
Leave A Reply

Your email address will not be published.