pakka

ନିର୍ବାଚନୀ କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ

bbehera

କଣ୍ଟାବାଞ୍ଜି, (କୌଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଳକର ଜଣେ ଶିକ୍ଷକଙ୍କ ରବିବାର ଦିନ ସନ୍ଧ୍ୟାରେ ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଶିକ୍ଷକ ଜଣକ ହେଲେ ୪୫ ବର୍ଷ ବୟସର ଆଚାର୍ଯ୍ୟ ସୁଧୀର କୁମାର ବେହେରା । ସେ ବରଗଡ ଜିଲ୍ଲା ଗାଏସିଲେଟ ଥାନା ଡ଼ଙ୍ଗର ମୁଣ୍ଡା ଗ୍ରାମର । ସେ ଗତ କିଛିବର୍ଷ ହେଲା କଣ୍ଟାବାଞ୍ଜିର ପଟେଲ କଲୋନୀରେ ଏକୁଟିଆ ଘରଭଡା ନେଇ ରହିବା ସହିତ ତୁରେକେଲା ବ୍ଲକର ଉନ୍ନିତ ଉଚ୍ଚ ବିଦ୍ୟାଳୟ ବୁରୋମାଲରେ ଶିକ୍ଷକତା କରି ଆସୁଥିଲେ । ତାଙ୍କର ଆଗରୁ ଉଚ୍ଚ ରକ୍ତଚାପ ରୋଗ ରହିଥିବାରୁ ସେ ଗତ କିଛିଦିନ ହେଲା ଭୁବନେଶ୍ୱର ଏମ୍ସ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିଲେ, ହେଲେ ନିର୍ବାଚନୀ କାମରେ ଯୋଗ ଦେବା ପାଇଁ ସେ କଣ୍ଟାବାଞ୍ଜି ଆସି ସୋମବାର ଦିନ ବଲାଙ୍ଗିର ଗୁଡଭେଲାକୁ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ, ହେଲେ ଗତକାଲି ସନ୍ଧ୍ୟାରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ଘରେ ଟଳି ପଡିଥିଲେ । ପରେ ପାଖ ପଡୋଶୀ ଲୋକେ ଦେଖି ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରି ମୃତ ଘୋଷଣା କରଥିଲେ । ଆଜି ସକାଳେ ତାଙ୍କର ଶବ ବ୍ୟବଚ୍ଛେଦ କରିବା ପରେ ତାଙ୍କର ପରିବାର ବର୍ଗଙ୍କୁ ମୃତ ଶରୀରକୁ ହସ୍ତାନ୍ତର କରାଯାଇଥିଲା । ତା’ ପରେ ତାଙ୍କର ଶବ ସତ୍କାର ପାଇଁ ତାଙ୍କ ନିଜ ଗ୍ରାମକୁ ନିଆ ଯାଇଥିଲା । ସେ ଜଣେ ମେଳାପୀ, ସ୍ପଷ୍ଟବାଦୀ ଓ ଆଦର୍ଶ ଶିକ୍ଷକ ଥିଲେ । ତାଙ୍କର ସଂସ୍କୃତ ଶିକ୍ଷାଦାନ ଉଚ୍ଚକୋଟୀର ରହି ଆସିଥିଲା । ତାଙ୍କର ବିୟୋଗରେ ବହୁ ମାନ୍ୟଗଣ ବ୍ୟକ୍ତି, ତୁରେକେଲା ବ୍ଳକ ତଥା ଅନ୍ୟ ବ୍ଳକର ଶିକ୍ଷକ ଶିକ୍ଷୟିତ୍ରୀ ତଥା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଶ୍ରୀ ବିରଂଚି ନାରାୟଣ ଦାଶ ଶୋକ ବ୍ୟକ୍ତ କରିଛନ୍ତି ।

jay balangir
Leave A Reply

Your email address will not be published.

three × 3 =

error: Content is protected !!