ବିପୁଳ ପରିମାଣରେ ବିଦେଶୀ ମଦ ଜବତ ସହ ୧ ଗିରଫ

ମାଲକାନଗିରି : ମାଲକାନଗିରି ମାଥିଲି ବ୍ଲକ ମେକା ଗ୍ରାମରୁ ବିପୁଳ ପରିମାଣରେ ବିଦେଶୀ ମଦ ଜବତ ସହ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ଜଣାପଡିଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ମଦ କାରବାର ବନ୍ଦ କରାଯାଇଥିବା ବେଳେ ଅନେକ ସ୍ଥାନରେ ଚୋରାରେ ମଦ ବିକ୍ରି ହେଉଥିବା ବେଳେ ନିର୍ବାଚନକୁ ଅବାଧ ଓ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ରେଡ୍ କରୁଥିବା ସୂଚନା କରହିଛି । ମାଲକାନଗିରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢାଉ କରୁଥିବା ଜଣାପଡିଛି ।

Leave A Reply

Your email address will not be published.