ଭୁବନେଶ୍ୱର, (କେପିଏନ୍ଏସ୍) : ଆସନ୍ତା ୨୦ ତାରିଖ ଦିନ ରାଜ୍ୟର ୨୯ଟି ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଏହିଦିନ ୫୬ ଲକ୍ଷ ୫୩ ହଜାର ୪୦୫ ଜଣ ଭୋଟର ତାଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ । ରାଜ୍ୟର ସମୁଦାୟ ୬୩ଟି ବ୍ଲକ୍ରେ ୧୩୮୨ ପଞ୍ଚାୟତ ଏବଂ ୧୭୧ଟି ଜିଲ୍ଲା ପରିଷଦ ଜୋନ୍ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ୧୮ ହଜାର ୪୯୫ଟି ଭୋଟଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ତେବେ ୨୭୭୩ଟି ବୁଥ୍ ସମ୍ବେଦନଶୀଳ ଭାବରେ ଚିହ୍ନଟ କରାଯାଇଥିବା କୁହାଯାଇଛି । ଏଥିରେ ୬୭୯ ଜଣ ଜିଲ୍ଲା ପରିଷଦ ମେମ୍ବର ପ୍ରତିଦ୍ୱନ୍ଦିତା କରୁଥିବା ସୂଚନାରେ ପ୍ରକାଶ ।