oom

ପରିବେଶ ସୁରକ୍ଷା ନେଇ ଭାରତ ଭ୍ରମଣରେ ସାଇକେଲ ଆରୋହୀ ପ୍ରଦୀପ କୁମାରଙ୍କୁ ସମର୍ଦ୍ଧନା

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପରିବେଶ ସୁରକ୍ଷା ସଚେତନତା ବାର୍ତ୍ତା ନେଇ ଭାରତ ଭ୍ରମଣରେ ସାଇକେଲରେ ବାହାରିଥିବା ଯୁବ ପରିବେଶବିତ ପ୍ରଦୀପ କୁମାରଙ୍କୁ ସମର୍ଦ୍ଧନା ଜ୍ଞାପନ କରାଯାଇଛି ।ଗଞ୍ଜାମ ବ୍ଲକ ହୁମ୍ମା ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥରେ ଗଞ୍ଜାମ ସହର ଦିଗଦର୍ଶନ ୟୁଥ କ୍ଲବ ସଭାପତି ଉମାକାନ୍ତ ବେହେରା ଓ ସମାଜସେବୀ ନାରାୟଣ ପାଢ଼ୀ ସାଇକେଲ ଆରୋହୀଙ୍କୁ ସମର୍ଦ୍ଧନା ଦେବା ସହ ତାଙ୍କର ଭାରତ ଭ୍ରମଣ ଯାତ୍ରାର ସଫଳ କାମନା କରିଥିଲେ । ନଦୀ, ନାଳ, ସମୁଦ୍ରରେ ପ୍ଲାଷ୍ଟିକ ସାମଗ୍ରୀ ଗୁଡିକୁ ଫିଙ୍ଗି ପରିବେଶକୁ ଦୂଷିତ କରାଯାଉଥିବାରୁ ତାହା ଆଗାମୀ ଭବିଷ୍ୟତରେ ଜୀବ ଜଗତ ପାଇଁ ବିପଦ ସୃଷ୍ଟି କରିବାର ସମ୍ଭାବନା ରହିଛି । ତେଣୁ ପ୍ଲାଷ୍ଟିକ ବର୍ଜନ କରିବା ସହ ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷା ସଚେତନତା ବାର୍ତ୍ତା ନେଇ ଜନ ସଚେତନତା ତାଙ୍କର ମୂଳ ଉଦ୍ଦେଶ୍ୟ ବୋଲି ସେ କହିଥିଲେ । ଗ୍ରାଜୁଏସନ୍‌ ଶେଷ କରିବା ପରେ ପରିବେଶ ସୁରକ୍ଷାର ଆବଶ୍ୟକତା ରହିଥିବା ହୃଦୟଙ୍ଗମ କରି ସେ ଜନ ସଚେତନତା କରିବା ଲକ୍ଷ ନେଇ ଭାରତ ଭ୍ରମଣରେ ବାହାରିଛନ୍ତି । ୧୯ ବର୍ଷୀୟ ପ୍ରଦୀପ କୁମାର ଉତ୍ତରପ୍ରଦେଶର ଗାଜିପୁର ଜିଲ୍ଲାର ଜମାନିଆ ଗ୍ରାମରୁ ଅକ୍ଟୋବର ମାସ ୨୭ ତାରିଖରେ ସାଇକେଲରେ ବାହାରି ଗୋଟିଏ ମାସ ନେପାଳ ପରିଭ୍ରମଣ କରିବା ପରେ ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଦେଇ ଓଡିଶାର ଗଞ୍ଜାମ ଜିଲ୍ଲାରେ ପହଞ୍ଚିଛନ୍ତି । ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ, କନ୍ୟାକୁମାରୀରେ ପହଞ୍ଚିବା ପରେ ମହାରାଷ୍ଟ୍ର, ଜାମୁ କାଶ୍ମୀର, ଲଦାଖ, ଉତ୍ତରାଖଣ୍ଡ ଦେଇ ନିଜ ଗ୍ରାମରେ ପହଞ୍ଚିବାକୁ ଲକ୍ଷ ରଖିଛନ୍ତି ।ଆହୁରି ପ୍ରାୟ ଏକ ବର୍ଷରୁ ଅଧକ୍‌ ଭାରତ ଭ୍ରମଣରେ ଲାଗିଯିବ ବୋଲି ସାଇକେଲ ଆରୋହି ପ୍ରକାଶ କରିଥିଲେ । ସାଇକେଲ ସମ୍ମୁଖରେ ଜାତୀୟ ପତାକା ଲଗାଇ ଭାରତ ଭ୍ରମଣରେ ବାହାରିଥିବା ପ୍ରଦୀପ ପ୍ରତ୍ୟେକ ଅଞ୍ଚଳର ସ୍ଥାନୀୟ ଅଞ୍ଚଳବାସୀ ତାଙ୍କୁ ସାହାଯ୍ୟ ଓ ସହଯୋଗ କରୁଥିବା କହିଥିଲେ ।

jittmm
Leave A Reply

Your email address will not be published.