ସିନାପାଲି ଜଗନ୍ନାଥ ମନ୍ଦିର ବାର୍ଷିକ ଉତ୍ସବ

ସିନାପାଲି, (ନିରାକାର ମେହେର) : ସିନାପାଲି ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାର ନବମ ବାର୍ଷିକ ଉତ୍ସବ ସୋମବାରଠାରୁ ମନ୍ଦିର ପରିସରରେ ଆରମ୍ଭ ହୋଇଯାଇଛି । ପାଂଚ ଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଏହି ଉତ୍ସବରେ ସ୍ୱତଂତ୍ର ପୂଜାଅର୍ଚ୍ଚନା ସହ ପ୍ରତ୍ୟହ ପୂର୍ବାହ୍ନରେ ପାଂଚ କୁଣ୍ତୀୟ ଘୃତଯଜ୍ଞ ଓ ସଂଧ୍ୟାରେ ପ୍ରବଚନ ଅନୁଷ୍ଠିତ ହେଉଛି । ଯଜ୍ଞର ମୁଖ୍ୟକର୍ତ୍ତା ଭାବରେ ପ୍ରଥମ ଦିବସରେ ଚୂଡ଼ାମଣି ମେହେର ଓ ଜ୍ୟୋତ୍ସାମୟୀ ମେହେର, ଦ୍ୱିତୀୟ ଦିବସରେ ତୁଳସୀରାମ ମେହେର ଓ ନିବେଦିତା ମେହେର, ତୄତୀୟ ଦିବସରେ ତପେଶ୍ୱର ମେହେର ଓ ଯାଜ୍ଞସେନୀ ମେହେର, ଚତୁର୍ଥ ଦିବସରେ ଉଗ୍ରେସନ ମେହେର ଓ ଋକ୍ମଣୀ ମେହେର ଏବଂ ପଂଚମ ଦିବସରେ ବିଜୟ ମେହେର ଓ ପିଙ୍କି ମେହେର ଦାୟିତ୍ୱ ନିର୍ବାହ କରିଥିଲେ । ଯଜ୍ଞକାର୍ଯ୍ୟକୁ ପୂର୍ଣ୍ଣଚଂଦ୍ର ମେହେର ଓ ତ୍ରିନାଥ ମେହେର ପରିଚାଳନା କରୁଥିବା ବେଳେ ପୂଜକ ଭାବରେ ପ୍ରମୋଦ ଯୋଶୀ, ବସନ୍ତ ପତି ଓ ରିଙ୍କେଶ ତିୱାରି ରହିଥିଲେ । ବଲାଙ୍ଗିରର ପ୍ରବଚକ ପରମେଶ୍ୱର ମଲ୍ଲିକ ଓ ବରଗଡ଼ରୁ ପ୍ରବଚକ ମିନିକେତନ ପାତ୍ର ଉପସ୍ଥିତ ରହି ପ୍ରବଚନ ଦେଉଥିବା ବେଳେ ଉଦ୍‌ଯାପନୀ ଦିବସରେ ଦୈନିକ ଭୋଗଦାତା ଓ ଆଜୀବନ ସଦସ୍ୟଙ୍କୁ ନେଇ ଏକ ବାର୍ଷିକ ବୈଠକ ହେବ ବୋଲି କମିଟି ତରଫରୁ ସୂଚନା ଦିଆଯାଇଛି ।

ମନ୍ଦିର ପରିଚାଳନା କମିଟିର ସଭାପତି ବୈଶମ୍ପାୟନ ମେହେରଙ୍କ ତତ୍ୱାବଧାନରେ ଆୟୋଜିତ ଏହି ବାର୍ଷିକ ଉତ୍ସବର ସଫଳତାରେ ଉପଦେଷ୍ଟା ଡମ୍ୱରୁଧର ମେହେର, ସଂପାଦକ ତୁଳସୀରାମ ମେହେର, ସହସଂପାଦକ ନବୀନ ଚଂଦ୍ର ମେହେର, ରୂପେଶ ଚଂଦ୍ର ମେହେର, ରୋହିତ ମେହେର, ଚିନ୍ତାମଣି ମେହେର, ରାମକୃଷ୍ଣ ମେହେର, ନିଲାଚଂଳ ମେହେର, ମୁରଳିଧର ମେହେର, ପ୍ରଦୀପ ମେହେର, ମୋହନ ଚରଣ ଦାସ, ଶିବପ୍ରସାଦ ମେହେର, ସନ୍ତୋଷ ନାଏକ, ଭୁବନେଶ୍ୱର ପଟେଲ, ଜଗମୋହନ ମେହେର, ତିଲେଶ୍ୱର ମେହେର, ପ୍ରମୋଦ ଧିବର, ତରଣୀସେନ ସା, ଦୟାରାମ ମେହେର ପ୍ରମୁଖ ସହଯୋଗ କରୁଛନ୍ତି ।

Leave A Reply

Your email address will not be published.