ppurohit

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୮୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

2nd

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୮୮୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୧୬୯ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୬୬୪ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୧୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୭୦ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୪, ବାଲେଶ୍ୱରରୁ ୩୬, ବରଗଡରୁ ୧୦, ଭଦ୍ରକରୁ ୧୧, ବଲାଙ୍ଗିରରୁ ୧୩, ବୌଦ୍ଧରୁ ୫, କଟକରୁ ୪୦, ଦେବଗଡରୁ ୧୫, ଢେଙ୍କାନାଳରୁ ୧୦, ଗଜପତିରୁ ୨୩, ଗଞ୍ଜାମରୁ ୧୬, ଜଗତସିଂହପୁରରୁ ୧୪, ଯାଜପୁରରୁ ୩୨, ଝାରସୁଗୁଡାରୁ ୨୦, କଳାହାଣ୍ଡିରୁ ୧୨, କନ୍ଧମାଳରୁ ୨୫, କେନ୍ଦ୍ରାପଡାରୁ ୧୮, କେଉଁଝରରୁ ୧୦, ଖୋର୍ଦ୍ଧାରୁ ୮୬, କୋରାପୁଟରୁ ୬୬, ମାଳକାନଗିରିରୁ ୩, ମୟୁରଭଞ୍ଜରୁ ୨୩, ନବରଙ୍ଗପୁରରୁ ୧୩, ନୟାଗଡରୁ ୨୦, ନୂଆପଡାରୁ ୧୯, ପୁରୀରୁ ୮, ରାୟଗଡାରୁ ୨୨, ସମ୍ବଲପୁରରୁ ୧୭୯, ସୁବର୍ଣ୍ଣପୁରରୁ ୨୫, ସୁନ୍ଦରଗଡରୁ ୭୯ ଓ ଷ୍ଟେଟ ପୁଲ୍‌ରୁ ୧୯ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.