oom

ଦୁର୍ଘଟଣା ପାଣ୍ଠି ଗଠନ ହେବ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ସରକାରୀ ଗାଡି ଧକ୍କାରେ ଆହତ କିମ୍ବା ମୃତାହତ ହେଲେ ଆହତ ତଥା ମୃତକଙ୍କ ପରିବାରବର୍ଗ ଲୋକଙ୍କୁ କ୍ଷତିପୂରଣ ରାଶି ପ୍ରଦାନ ପାଇଁ ଦୁର୍ଘଟଣା ପାଣ୍ଠି ଗଠନ କରାଯିବ । ଏଥି ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଅର୍ଥ ବିଭାଗକୁ ଅନୁରୋଧ କରାଯାଇଛି । ଏଥିସହ ଗତ ତିନିବର୍ଷ ମଧ୍ୟରେ ହୋଇଥିବା ଯୋଗ୍ୟ ଆବେଦନକୁ କ୍ଷତିପୂରଣ ରାଶି ମଞ୍ଜୁର କରାଯିବ । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

jittmm
Leave A Reply

Your email address will not be published.