csstore

କୁଡ଼ାସିଂହା ଆଦିତ୍ୟ ବାହିନୀ ପକ୍ଷରୁ ପ୍ରବଚନ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅର୍ନ୍ତଗତ କୁଡ଼ାସିଂହା ସ୍ଥିତ ଆଦିତ୍ୟ ବାହିନୀ ଆନୁକୂଲ୍ୟରେ ଏକାଦଶୀ ବ୍ରତୀଙ୍କର ସହଯୋଗରେ କୁଡ଼ାସିଂହା ଗାଁର ରାଧାକୃଷ୍ଣ ମନ୍ଦିରରେ ଶନିବାର ଦିନ ଏକ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ପୁରୀ ସ୍ଥିତ ଗୋବର୍ଦ୍ଧନ ମଠର ବଲାଙ୍ଗିର ଜିଲ୍ଲା କ୍ଷେତ୍ରିୟ ସଂପାଦକ ବିପିନ ବିହାରୀ ପଣ୍ଡା ଏବଂ ଜିଲ୍ଲା କମିଟି ସଦସ୍ୟ ଅଶୋକ ମିଶ୍ର ପ୍ରବଚକ ଭାବେ ଯୋଗ ଦେଇ ଏକାଦଶୀ ବ୍ରତର ମହାତ୍ମ୍ୟ ସମ୍ବନ୍ଧରେ ଆଲୋଚନା କରିବା ସହ ଆଦିତ୍ୟ ବାହିନୀ ତଥା ଆନନ୍ଦ ବାହିନୀର କାର୍ଯ୍ୟକାରୀତା ସର୍ମ୍ପକରେ ଅବଗତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆଦିତ୍ୟ ବାହିନୀର ସଭାପତି ରେବତ ଜାଲ, ସଂପାଦକ ପ୍ରକାଶ ସାହୁ, ଗଙ୍ଗାଧର ସାହୁ, ରମେଶ ଚନ୍ଦ୍ର ସାହୁ, ପ୍ରଦୀପ ସାହୁ ପରିଚାଳନାରେ ସହଯୋଗ କରିଥିବା ବେଳେ ଏହି ଅବସରରେ ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.