csstore

ରାଜବୋଡାସମ୍ବର ଜୋନ ନଂ ୩ ଜିଲ୍ଲା ପରିଷଦ ବିଜେପି ପ୍ରାର୍ଥୀ ମକରଧ୍ୱଜ ବଗାରଙ୍କ ଜୋରସୋର ପ୍ରଚାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ତ୍ରୀସ୍ତରୀୟ ଗ୍ରାମ ପଞ୍ଚାୟତ ନିର୍ବାଚନ ଆସନ୍ତା ୧୮ ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହେବ । ଗତକାଲି ପଦ୍ମପୁର ନିର୍ବାଚନ ମଣ୍ଡଳୀର ରାଜ ବୋଡାସମ୍ବର ଜୋନ ନଂ ୩ରେ ବିଜେପି ପ୍ରାର୍ଥୀ ମକରଧ୍ୱଜ ବଗାରଙ୍କ ପାଇଁ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ସଂପୃକ୍ତ ଜୋନର ଝାଙ୍କରପାଲି, ବାଦୀମାଲ, ଲୁହାଖାନ, ବୁଡାମାଲ, କଂସର, କୁଡାସିଂହା, ବାନ୍ଦୁପାଲ, ଦହିଗାଁ, ବ୍ରାହ୍ମଣଡିହି, ବୁବୁଡା ପ୍ରଭୃତି ଗ୍ରାମରେ ଜୋରସୋର ପ୍ରଚାର କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକାଭିମୁଖୀ ଯୋଜନା ବିଷୟରେ ଏବଂ ନବୀନ ସରକାରଙ୍କ ଚାଷୀ ମାରଣା ନୀତି ବିରୁଦ୍ଧରେ ଲୋକଙ୍କୁ ବୁଝାଇଥିଲେ । ଏଥିରେ କେତନ ମେହେର, ରୋହିତ ବେହେରା, ବାସୁଦେବ ପାଣିଗ୍ରାହୀ, ଗିରିଧାରୀ ବାଗ, ସଂଜୟ ସାହୁ, ପ୍ରମୋଦ ମେହେରଙ୍କ ସମେତ ଶତାଧିକ କାର୍ଯ୍ୟାକର୍ତ୍ତା ସାମିଲ ଥିଲେ ।

jayashree
Leave A Reply

Your email address will not be published.