oom

ଏମ୍‌ଏସିଟି, ମୋଟର ଯାନ ଅଧିନିୟମ ଏବଂ ଏମ୍‌ସିଟିଏପି ସମ୍ବନ୍ଧୀୟ ଆଇନ ସଚେତନତା ଶିବିର

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଜଜ୍‌ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଲୋକନାଥ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଧିକରଣ ସଭାଗୃହ ଠାରେ ଅନ୍‌ଲାଇନ୍‌ ମାଧ୍ୟମରେ ମୋଟର ଯାନ, ମୋଟର ଯାନ ଦୁର୍ଘଟଣାଜନିତ କ୍ଷତିପୂରଣ ଅଧିନିୟମ ଏବଂ ଏମ୍‌ଏସିଟି ସମ୍ବନ୍ଧୀୟ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲା ଜଜ୍‌ ଶ୍ରୀ ମହାପାତ୍ର ବିଭିନ୍ନ ଅଦାଲତ ଦ୍ୱାରା ପ୍ରଦାନ କରାଯାଇଥିବା ରାୟ ଯେପରିକି ସାରଳା ବର୍ମା, ପ୍ରଣୟ ସେଠ୍‌ ମାମଲା ଆଦି ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହ ଏହା ସଂପର୍କିତ ବିଭିନ୍ନ ଆଇନ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହାପରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲା ଜଜ୍‌ ତଥା ସ୍ୱତନ୍ତ୍ର ଜଜ୍‌ (ପୋକ୍‌ସୋ) ପ୍ରସନ୍ନ କୁମାର ନାୟକ ରାୟ ସଂପର୍କରେ ଆଲୋକପାତ କରିବା ସହ ବିଭିନ୍ନ ଆଇନ ସଂପର୍କରେ ବିବରଣୀ ପ୍ରଦାନ କରିଥିଲେ । ଏହାପରେ ପ୍ରାଧିକରଣର ସଚିବ ବିନୟ କୁମାର ପାତ୍ର ପ୍ରାଧିକରଣ ଦ୍ୱାରା ପ୍ରଚଳିତ ବିଭିନ୍ନ ଆଇନ ସହାୟତା ଯୋଜନା ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

jittmm
Leave A Reply

Your email address will not be published.