ଟିଟିଲାଗଡ଼ରେ ଭାରତୀୟ ଜୀବନ ବୀମା ନିଗମ ଅଭିକର୍ତା ସଂଘର ୨୬ତମ ସାଧାରଣ ସଭା

ଟିଟିଲାଗଡ, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ଭାରତୀୟ ଜୀବନ ବୀମା ନିଗମ ଅଭିକର୍ତା ସଂଘ ଟିଟିଲାଗଡ ଶାଖା ପକ୍ଷରୁ ୨୬ତମ ସାଧାରଣ ସଭା ସ୍ଥାନୀୟ ରେଳବାଇ ଇନ୍ସଷ୍ଟିଟ୍ୟୁଟଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଟିଟିଲାଗଡ ଶାଖା ସଂଘ ସଭାପତି ବୁଲବୁଲ ମେହେରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଲିଆଫିର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ତପନ କୁମାର ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ସର୍ବଭାରତୀୟ କ୍ଲିଆ ଚ୍ୟାରମ୍ୟାନ ଅଜିତ କୁମାର କର ଏବଂ ସମ୍ବଲପୁର ମଣ୍ଡଳ ସମ୍ପାଦକ ଅମିତ କୁମାର ତିୱାରୀ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଆରମ୍ଭରେ ଟିଟିଲାଗଡ ଇଷ୍ଟଦେବୀ ମା’ ଘଣ୍ଟାଶୁଣୀଙ୍କ ଫଟୋଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ଵଳନ କରାଯିବା ପରେ ଦିବଂଗତ ଅଭିକର୍ତ୍ତାଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ନିଗମର ନୂତନ ବ୍ୟବସାୟ ଟାର୍ଗେଟକୁ ପ୍ରତିବର୍ଷ ଏପରିକି କରୋନା ମହାମାରୀ ସମୟରେ ମଧ୍ୟ ଅଭିକର୍ତ୍ତାମାନେ ନିଜ ଜୀବନକୁ ବାଜି ଲଗାଇ ପୂରଣ କରୁଥିବା ବେଳେ ନିଗମ ପକ୍ଷରୁ ସେମାନଙ୍କୁ ପ୍ରତ୍ୟେକ ସ୍ଥରରେ ଅବହେଳା କରାଯାଉଥିବା ନେଇ ଅତିଥିମାନେ ପ୍ରକାଶ କରିଥିଲେ । ଅଭିକର୍ତ୍ତାଙ୍କୁ ସଂଘର ମେରୁଦଣ୍ଡ ଆଖ୍ୟା ଦିଆଯାଉଥିବା ବେଳେ ବାସ୍ତବରେ କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କୁ ନିଗମର ଉଚ୍ଚ କତୃପକ୍ଷ ଅବହେଳିତ କରୁଥିବା ନେଇ ସଂଘ କର୍ମକର୍ତ୍ତା ଅସନ୍ତୋଷ ବ୍ୟକ୍ତ କରିଥିଲେ । ସଂଘର ଶାଖା ସମ୍ପାଦକ ନାରାୟଣ ରଣା ବିଗତ ବର୍ଷର କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନା କରିଥିବା ବେଳେ କୋଷାଧ୍ୟକ୍ଷ ବିଜୟ ପଟ୍ଟନାୟକ ଆୟବ୍ୟୟର ବିବରଣୀ ପ୍ରଦାନ କରିଥିଲେ । ସଙ୍ଘ ତରଫରୁ ଉତ୍କୃଷ୍ଟ ବ୍ୟବସାୟ କରି ଏମ.ଡି.ଆର.ଟି ଗୌରବ ହାସଲ କରିଥିବା ୩ ଜଣ ଅଭିକର୍ତ୍ତା ଜଗନ୍ନାଥ ମିଶ୍ର, ନାରାୟଣ ରଣା ଓ ଅସୀମ କୁଣ୍ଡୁଙ୍କୁ ଏବଂ ୧୮ ଜଣ ନୂତନ କ୍ଲବ ସଦସ୍ୟତା ହାସଲ କରିଥିବା ଅଭିକର୍ତ୍ତାଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ଦୀର୍ଘ ୨୫ ବର୍ଷ ଧରି ସଫଳ ଭାବରେ ନିଜ କାର୍ଯ୍ୟ ସମ୍ପାଦନ କରିଥିବା ବରିଷ୍ଠ ଅଭିକର୍ତ୍ତା ବୈକୁଣ୍ଠ ମେହେରଙ୍କୁ ମଞ୍ଚାସୀନ ଅତିଥି ସମ୍ମାନିତ କରିଥିଲେ । ଚଳିତ ବର୍ଷ ଶ୍ରେଷ୍ଠ ଅଭିକର୍ତ୍ତା ଭାବରେ ଅସୀମ କୁଣ୍ଡୁଙ୍କୁ ସଂଘ ତରଫରୁ ସମ୍ମାନିତ କରାଯାଇଥିଲା । ଆଗାମୀ ୨ ବର୍ଷ ପାଇଁ ସଂଘର ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଥିବା ବେଳେ ସଭାପତି ଭାବରେ ବୁଲବୁଲ ମେହେର, ଉପସଭାପତି ସୁନ୍ଦରମନ ସାହା, ସୁନ୍ଦର ଲାଲ ଶର୍ମା, ସମ୍ପାଦକ ସୁଶାନ୍ତ ମିଶ୍ର, ସହ ସମ୍ପାଦକ ଅସୀମ କୁଣ୍ଡୁ, ଜଗଦୀଶ ବେହେରା ଏବଂ କୋଷାଧ୍ୟକ୍ଷ ଭାବରେ କ୍ଷୀରୋଦ ପ୍ରସାଦ ସାହୁ ମନୋନୀତ ହୋଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଙ୍କ ମଧ୍ୟରେ ଟିଟିଲାଗଡ ଶାଖା ପରିଚାଳକ ଦୀପ୍ତି ରଞ୍ଜନ ନାୟକ, ଝାରସୁଗୁଡ଼ା ଶାଖା ସଭାପତି ଗଙ୍ଗାଧର ପ୍ରଧାନ, ସମ୍ପାଦକ ଅବଦୁଲ ଖାଲସା, ମଣ୍ଡଳ ଉପସଭାପତି ପ୍ରଦୀପ ସାମନ୍ତ, ବୈକୁଣ୍ଠ ମେହେର, ସହ ସମ୍ପାଦକ ସନ୍ତୋଷ ପୁରୋହିତ ପ୍ରମୁଖଙ୍କ ସହ ଉତ୍ତମ ଦେ, ହଳପାଣି ସାହୁ, ଜଗଦୀଶ ବେହେରା, ଶେଷ ପ୍ରଧାନଙ୍କ ସହ ଟିଟିଲାଗଡ ଓ କଣ୍ଟାବାଞ୍ଜି ଉଭୟ ଶାଖାର ଶତାଧିକ ଅଭିକର୍ତ୍ତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.