oom

ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଲେ ନିଆଁ ଜଳିବ : ମିଳିତ ଶିକ୍ଷକ ସଂଘର ଚେତାବନୀ

jsmm

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀ ସ୍କୁଲ ପରିଦର୍ଶନ କରି ଶିକ୍ଷକମାନଙ୍କ ଦରମା ବନ୍ଦ କରିବାର ନିର୍ଦ୍ଦେଶକୁ ନେଇ ଏବେ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁସାରେ କଣ୍ଟାମାଲ ବ୍ଲକର ବିଭିନ୍ନ ସ୍କୁଲ ପରିଦର୍ଶନ ପରେ ଜିଲା ଶିକ୍ଷା ଅଧିକାରୀ ଉଦୟ ନାଥ ମାଝୀ ୧.୧୫ ମିନିଟ ସମୟରେ ଦପଲା କ୍ଲଷ୍ଟରର ବଉଲସିଂହା ସ୍କୁଲକୁ ଯାଇଥିଲେ । ସେ ସମୟରେ ସ୍କୁଲର ପ୍ରଧାନ ଶିକ୍ଷକ ଦିଲ୍ଲୀପ ମହାନ୍ତି ୟୁସି ସମିଟ କରିବା ପାଇଁ ଯାଇ ଥିବା ବେଳେ ସହକାରୀ ଶିକ୍ଷକ କେଶବ ପ୍ରଧାନ ନିଜ ସ୍ୱାସ୍ଥ୍ୟ ଭଲ ନଥିବାରୁ ଛୁଟିରେ ମେଡିକାଲ ଯାଇଥିଲେ ଠିକ୍‌ ସେହିପରି ଖଟଖଟିଆ କ୍ଲଷ୍ଟରର ସାନମନମୁଣ୍ଡା ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ମହାପାତ୍ର ମେଡିକାଲ ଯାଇ ଛୁଟିରେ ଥିବା ବେଳେ ସହକାରୀ ଶିକ୍ଷକ ବିରେନ ପ୍ରଧାନ ସ୍କୁଲର ଇଲେକ୍ଟ୍ରି କାର୍ଯ୍ୟରେ ଇଲେକ୍ଟ୍ରି ଅଫିସକୁ ଯାଇଥିଲେ, ହେଲେ ମଧ୍ୟ ଏହି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାର ନିର୍ଦେଶନାମାକୁ ଶିକ୍ଷକ ସଂଘ ପକ୍ଷରୁ ଶିକ୍ଷକ ତଥା ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି । ଅପର ପକ୍ଷରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଦିନ ଗୋଟାଏ ପର୍ଯ୍ୟନ୍ତ ପାଠ ପଢ଼ାଇବାକୁ ନିର୍ଦେଶନାମା ଥିବା ବେଳେ ବୌଦ୍ଧ ଶିକ୍ଷାଜିଲ୍ଲାରେ କୌଣସି ସ୍ପଷ୍ଟ ନିର୍ଦେଶନାମା ପ୍ରକାଶ ନକରି ୪ଟା ପର୍ଯ୍ୟନ୍ତ ଶିକ୍ଷକ ବିଦ୍ୟାଳୟରେ ନରହିଲେ କାର୍ଯ୍ୟାନୁଷ୍ଠାନ ହେବା ଏବଂ କାର୍ଯ୍ୟରେ ଥାଇ ଶିକ୍ଷକଙ୍କ ଦରମା ବି ବନ୍ଦ କରିବା କେତେ ଯୁକ୍ତି ସଂଗତ ବୋଲି ଶିକ୍ଷକ ସଂଘ ପ୍ରଶ୍ନ କରିଛି । ଏହା ପ୍ରତ୍ୟାହାର ନ ହେଲେ ସମଗ୍ର ଜିଲ୍ଲାରେ ନିଆଁ ଜଳିବ ବୋଲି ଶିକ୍ଷକ ସଂଘର ସଭାପତି ନିଳାଞ୍ଚଳ ଭୋଇ ଓ ସମ୍ପାଦକ ଶିଶିର ଖଟୁଆ କହିଛନ୍ତି ।

jittmm
Leave A Reply

Your email address will not be published.