csstore

ମଦ ପ୍ରସ୍ତୁତ ସମୟରେ ପୋଲିସର ଚଢ଼ାଉ : ୧ ଗିରଫ

ବେଗୁନିଆ : ବେଗୁନିଆ ଥାନା ଅନ୍ତର୍ଗତ ବଡପଦର ଗଜାତୋଟା ଜଙ୍ଗଲରେ ବେଗୁନିଆ ପୋଲିସ ଚଢ଼ାଉ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଏସପି ଅଲେଖଚନ୍ଦ୍ର ପହିଙ୍କ ନିର୍ଦ୍ଦେଶକ୍ରମେ ଏସଡିପିଓ ସୁଶୀଲ ମିଶ୍ରଙ୍କ ତତ୍ୱାବଧାନରେ ବେଗୁନିଆ ଥାନା ଅଧିକାରୀ ଲଷ୍ମୀପ୍ରସାଦ ଶତପଥୀ ଥାନା କର୍ମଚାରୀ ମାନଙ୍କ ସହିତ ଆଜି ସକାଳେ ଗଜାତୋଟା ଜଙ୍ଗଲରେ ଚଢ଼ାଉ କରିଥିବା ବେଳେ ୧୫୦୦ଲିଟର ପୋଚ ନଷ୍ଟ କରିବା ସହ ୬ ଲିଟର ଦେଶୀ ମଦ ସହିତ ମଦ ପ୍ରସ୍ତୁତ ନିମନ୍ତେ ବ୍ୟବହୃତ ବହୁ ସରଞ୍ଜାମ ଜବତ ହୋଇଥିବା ଜଣାପଡ଼ିଛି । ମଦ ପ୍ରସ୍ତୁତ କରୁଥିବା ବେଣୁ ପାଇକରାୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

jayashree
Leave A Reply

Your email address will not be published.