ହିଜାବ ବିବାଦ : ବିଦେଶ ମନ୍ତ୍ରଣାଳୟ କହିଲା- ଆମ ଦେଶର ମାମଲାରେ ଅନ୍ୟ ଦେଶ ମୁଣ୍ଡ ନ ଖେଳାଉ, ଡ୍ରେସ କୋଡ଼ ଉପରେ ପ୍ରାୟୋଜିତ କମେଣ୍ଟସ୍‌ ବରଦାସ୍ତ କରାଯିବ ନାହିଁ

ନୂଆଦିଲ୍ଲୀ : କର୍ଣ୍ଣାଟକରେ ହିଜାବ ବିବାଦ ଏବେ ବି ଜାରି ରହିଛି । ଏହି ଭିତରେ ବିଦେଶ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ, ଆମ ଦେଶ ମାମଲାରେ ଅନ୍ୟଦେଶ ମୁଣ୍ଡ ନ ଖେଳାଉ, ଡ୍ରେସ କୋଡ଼ ଉପରେ ପ୍ରାୟୋଜିତ କମେଣ୍ଟସ୍‌ ବରଦାସ୍ତ କରାଯିବ ନାହିଁ । ବିଦେଶ ମନ୍ତ୍ରଣାଳୟ ତରଫରୁ ଶନିବାର ଦିନ ଜାରି ହୋଇଥିବା ଏକ ଟ୍ୱିଟ୍‌ରେ କୁହାଯାଇଛି ଯେ, ଡ୍ରେସ କୋଡ଼ ସମ୍ବନ୍ଧୀତ ମାମଲା ଉପରେ କର୍ଣ୍ଣାଟକ ହାଇକୋର୍ଟରେ ଶୁଣାଣି ଚାଲିଛି । ଏଭଳି ସ୍ଥିତିରେ ଦେଶର ମାମଲା ଉପରେ ଅନ୍ୟ କୌଣସି ଦେଶ ପ୍ରାୟୋଜିତ ଟିପ୍ପଣୀକୁ ବରଦାସ୍ତ କରାଯିବ ନାହିଁ । ସୂଚନା ଯୋଗ୍ୟ ଯେ, ହିଜାବ ବିବାଦ ଉପରେ ପାକିସ୍ତାନ ମନ୍ତ୍ରୀ କମେଣ୍ଟ କରିଥିଲେ ।

Leave A Reply

Your email address will not be published.