oom

ଆଇନଜୀବୀ ହୃଷୀକେଶ ପାଢ଼ୀଙ୍କର ଅଭିନବ ପ୍ରୟାସ : ଶ୍ରାଦ୍ଧ ଦିବସରେ ପୁରୋହିତ ସାଜି ଦମ୍ପତିଙ୍କୁ କଲେ ବୃକ୍ଷଦାନ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପରିବେଶ ସୁରକ୍ଷା ପାଇଁ ସର୍ବଦା ଚର୍ଚ୍ଚାରେ ରହିଆସୁଥିବା ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀର ଆଇନଜୀବୀ ହୃଷୀକେଶ ପାଢ଼ୀ ନିଜର ପିତୃଶ୍ରାଦ୍ଧରେ ବୃକ୍ଷଦାନ କରିବା ସହ ଯଜମାନଙ୍କ ଶ୍ରାଦ୍ଧଦିବସରେ ନିଜେ ପୁରୋହିତ ସାଜି ବୃକ୍ଷଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛନ୍ତି । ଏହି ଅବସରରେ ମାଘ ଶୁକ୍ଳ ନବମୀ ତିଥିରେ ସ୍ଥାନୀୟ ଗୁଡ଼ୁପାଇଲୋ ଗ୍ରାମର ଭାଗିରଥି ପ୍ରଧାନଙ୍କ ମାତୃଶ୍ରାଦ୍ଧରେ ନିଜେ ପୁରୋହିତ ସାଜି ଶ୍ରାଦ୍ଧ କର୍ମ କରିବା ସହ ପରିବେଶ ସୁରକ୍ଷା ପାଇଁ ଯଜମାନ ଦମ୍ପତିଙ୍କୁ ବୃକ୍ଷଦାନ କରି ଜନ ସଚେତନତା ସୃଷ୍ଟି କରିଛନ୍ତି । ଉପସ୍ଥିତ ଥିବା ଜ୍ଞାତି ପରିଜନ, ବନ୍ଧୁବାନ୍ଧବ ଓ ଗ୍ରାମବାସୀମାନଙ୍କୁ ଶ୍ରୀ ପାଢ଼ୀ କହିଥିଲେ ଯେ, “ବୃକ୍ଷଦାନ ମହା ପୁଣ୍ୟ । ଗଛ ନାହିଁ ତ ଜୀବନ ନାହିଁ । ଗଛ ଲଗାନ୍ତୁ ପରିବେଶ ବଞ୍ଚାନ୍ତୁ ।” ବର୍ତମାନର ଜଳବାୟୁ ପରିବର୍ତନ, ଋତୁଚକ୍ରର ଅନିୟମିତତା, ବିଶ୍ୱ ତାପମାତ୍ରା ବୃଦ୍ଧି ଜଙ୍ଗଲ କ୍ଷୟ ତଥା ଗଛର ଅଭାବୀ ଯୋଗୁଁ ହେଉଅଛି । ଗଛ ହେଉଛି ମାନବସଭ୍ୟତା ପାଇଁ ଈଶ୍ୱରଙ୍କର ଏକ ସର୍ବଶ୍ରେଷ୍ଠ ଉପହାର । ଯାହା ଦ୍ୱାରା ଆମ୍ଭେ ଏକ ସୁନ୍ଦର ପ୍ରକୃତି ପାଉଛେ । ତେଣୁ ଜଙ୍ଗଲ ସଂପଦ ନଷ୍ଟ ନକରିବା ସହ ପ୍ରତ୍ୟେକ ଗୋଟିଏ ଗୋଟିଏ ଗଛ ଲଗାଇ ତାର ଯତ୍ନ ନେବା ପାଇଁ ସଂକଳ୍ପ ଜଗାଇଥିଲେ । ହୃଷୀକେଶଙ୍କ ଏଭଳି ଅଭିନବ ପ୍ରୟାସ ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

jittmm
Leave A Reply

Your email address will not be published.