ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଟିଟିଲାଗଡ ସହରର ଏଚ୍‌ଆଇଭି ସଂକ୍ରମିତ ମହିଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟିଟିଲାଗଡ ସହରର ଜଣେ ଏଚ୍‌ଆଇଭି ସଂକ୍ରମିତ ମହିଳା ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମହିଳା ଜଣଙ୍କ ଅଭିଯୋଗ ଅନୁଯାୟୀ ଗତ ୧୦ ବର୍ଷ ହେଲା ଏଚ୍‌ଆଇଭିରେ ସଂକ୍ରମିତ ହୋଇଥିବା ବେଳେ ସେ ଜଣେ ଗରିବ ଶ୍ରେଣୀର ହୋଇଥିବାରୁ କୁଳି ମଜୁରୀ କରି ନିଜର ଗୁଜୁରାଣ ମେଟାନ୍ତି । ତେବେ ପ୍ରଶାସନ ପକ୍ଷରୁ ତାଙ୍କୁ ଆବଶ୍ୟକ ସହଯୋଗ ଯୋଇଦେବାକୁ ଜିଲ୍ଲାପାଳଙ୍କ ଠାରେ ମହିଳା ଜଣଙ୍କ ଲିଖିତ ଭାବେ ଦାବୀ କରିଛନ୍ତି ।

Leave A Reply

Your email address will not be published.

error: Content is protected !!