oom

କମୁଛି ରାଜ୍ୟରେ ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା, ଏବେ ୨୬,୮୯୧ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ : ଗତ ୨୪ ଘଂଟାରେ ଓଡ଼ିଶାରେ ୨୫୪୬ ଆକ୍ରାନ୍ତ ଚିହ୍ନଟ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୨୫୪୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୧୫୦୪ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୧୦୪୨ ଜଣ । ଜିଲ୍ଲା ଅନୁସାରେ ଅନୁଗୁଳରୁ ୨୦୮, ବାଲେଶ୍ୱରରୁ ୧୦୩, ବରଗଡ଼ରୁ ୯୨, ଭଦ୍ରକରୁ ୩୪, ବଲାଙ୍ଗିରରୁ ୮୫, ବୌଦ୍ଧରୁ ୩୭, କଟକରୁ ୧୩୪, ଦେବଗଡ଼ାରୁ ୧୪, ଢେଙ୍କାନାଳରୁ ୨୫, ଗଜପତିରୁ ୧୦, ଗଂଜାମରୁ ୩୪, ଜଗତସିଂହପୁରରୁ ୮୬, ଯାଜପୁରରୁ ୯୦, ଝାରସୁଗୁଡ଼ାରୁ ୫୭, କଳାହାଣ୍ଡିରୁ ୭୫, କନ୍ଧମାଳରୁ ୪୯, କେନ୍ଦ୍ରାପଡ଼ାରୁ ୭୫, କେଉଁଝରରୁ ୪୩, ଖୋର୍ଦ୍ଧାରୁ ୪୧୦, କୋରାପୁଟରୁ ୭୨, ମାଲକାନଗିରିରୁ ୨୭, ମୟୁରଭଂଜରୁ ୧୨୦, ନବରଙ୍ଗପୁରରୁ ୬୦, ନୟାଗଡ଼ରୁ ୪୮, ନୂଆପଡ଼ାରୁ ୮୮, ପୁରୀରୁ ୭୦, ରାୟଗଡ଼ାରୁ ୨୧, ସମ୍ବଲପୁରରୁ ୮୪, ସୋନପୁରରୁ ୪୮, ସୁନ୍ଦରଗଡ଼ରୁ ୧୬୧, ଷ୍ଟେଟ୍‌ ପୁଲ୍‌ ୮୬ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସମୁଦାୟ ପଜିଟିଭ୍‌ ୨୫୨୨୩୯ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୬୮୯୧ ଜଣ ଏକ୍‌ଟିଭ୍‌ ରହିଥିବା କୁହାଯାଇଛି । ୨୨୪୨୭୩ ଜଣ କରୋନାକୁ ପରାସ୍ତ କରି ସୁସ୍ଥ ହୋଇଛନ୍ତି ।

jittmm
Leave A Reply

Your email address will not be published.