csstore

ରେଞ୍ଜ ଅଫିସର ବୈରାଗୀ ଚରଣ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କନ୍ଧମାଳ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି କନ୍ଧମାଳ ଜିଲ୍ଲା କେ.ନୂଆଗାଁ ଫରେଷ୍ଟ ରେଞ୍ଜ ଅଫିସର ବୈରାଗୀ ଚରଣ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶ୍ରୀ ବେହେରାଙ୍କ ଘରେ ଚଢ଼ାଉ ହୋଇଥିବା ବେଳେ ଏକକାଳୀନ ୬ଟି ସ୍ଥାନରେ ଯଥା ତାଙ୍କ କେ.ନୂଆଗାଁ ସ୍ଥିତ କାର୍ଯ୍ୟାଳୟ, ସରକାରୀ କ୍ୱାଟର, ଭଞ୍ଜନଗର ସ୍ଥିତ ଘର, ଭଞ୍ଜନଗର ଦାଦରଲୁଣ୍ଡା ସ୍ଥିତ ଫାର୍ମ ହାଉସ, ବୌଦ୍ଧ ଭୂତପାଲି ସ୍ଥିତ ଘର, ଗଞ୍ଜାମ ସ୍ଥିତ ଘରେ ଚଢ଼ାଉ ଜାରି ରଖିଛି । ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଛି ତେବେ ରେଞ୍ଜରଙ୍କର ଏପର୍ଯ୍ୟନ୍ତ କେତେ ପରିମାଣର ସମ୍ପତ୍ତି ଠାବ ହୋଇଛି ତାହା ଜଣାପଡ଼ିନାହିଁ ।

jayashree
Leave A Reply

Your email address will not be published.