ପ୍ରଫେସର ଲିଙ୍ଗରାଜ ନାୟକଙ୍କ ବିୟୋଗରେ ଗାନ୍ଧୀ ସ୍ମୃତି ପାଠାଗାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ଲବ୍ଧ ପ୍ରତିଷ୍ଠ ଅଧ୍ୟାପକ ପ୍ରଫେସର ଲିଙ୍ଗରାଜ ନାୟକଙ୍କୁ ଆଜି ସ୍ଥାନୀୟ ଗାନ୍ଧୀ ସ୍ମୃତି ପାଠାଗାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ପାଠାଗାରର ସଭାପତି ବିମ୍ବାଧର କୁଅଁରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଉପସ୍ଥିତ ସଦସ୍ୟମାନେ ପ୍ରଥମେ ସ୍ବର୍ଗତ ନାୟକଙ୍କୁ ଦୁଇ ମିନିଟ ନୀରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସଭାରେ ଉପସ୍ଥିତ ସମସ୍ତେ ସ୍ବର୍ଗତ ନାୟକଙ୍କୁ ଜଣେ ପ୍ରବୀଣ ଓ ଛାତ୍ର ବତ୍ସଳ ଶିକ୍ଷକ ଭାବରେ ବର୍ଣ୍ଣନା କରିବା ସହ ତାଙ୍କର ଅମାୟିକ ବ୍ୟବହାର ଛୋଟରୁ ବଡ଼ ସମସ୍ତଙ୍କୁ ତାଙ୍କ ପ୍ରତି ଆକର୍ଷିତ କରୁଥିଲା । ଜଣେ ଶିକ୍ଷକ ଭାବରେ ସବୁଠାରେ ତାଙ୍କର ମୌଳିକ ପଠନ ଶୈଳୀ ତାଙ୍କୁ ସମସ୍ତଙ୍କ ପାଖରେ ଆଦୃତ କରି ପାରିଥିଲା । ତାଙ୍କ ଆବର୍ତ୍ତମାନରେ ବରଗଡ ଜଣେ ବିଶିଷ୍ଟ ମୁରବୀଙ୍କୁ ହରାଇଲା ବୋଲି ସମସ୍ତେ ଏକ ସ୍ଵରରେ ପ୍ରକାଶ କରିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି ପ୍ରଦୀପ କୁମାର ହୋତା, ସାଧାରଣ ସମ୍ପାଦକ ବିକ୍ରମ ପଣ୍ଡା, କୋଷାଧ୍ୟକ୍ଷ ଅନୁପ ଦର୍ଜୀ, ଯୁଗ୍ମ ସମ୍ପାଦକ ହୃଷୀକେଶ ଦାଶ, ବରିଷ୍ଠ ସଦସ୍ୟ ମନୋରଞ୍ଜନ ସାହୁ, ଜୟ ପ୍ରକାଶ ଶତପଥୀ, ଗୋରୀ ଶଙ୍କର ପଣ୍ଡା, ରବି ପଣ୍ଡା, ସୁନିଲ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

jittmm
Leave A Reply

Your email address will not be published.