ନିର୍ବାଚନ ଡ଼୍ୟୁଟିକୁ ନେଇ ଶିକ୍ଷକ ମହଲରେ ଅସନ୍ତୋଷ : ଜିଲ୍ଲାପାଳଙ୍କୁ କଲେ ଗୁହାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପୁଲିଂ ପାର୍ଟି ନିଯୁକ୍ତି ପତ୍ର ପାଇଥିବା ବେଳେ ଏଥିରେ ଉଲ୍ଲେଖ ଥିବା ତାରିଖ ଓ ସମୟକୁ ନେଇ ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଅସନ୍ତୋଷ ପ୍ରକାଶ କରିଛି । ସଂଘ ପକ୍ଷରୁ କୁହାଯାଇଛି ଯେ, ନୂତନ ଜାଗାକୁ ପହଂଚି ଭୋଟ ଗ୍ରହଣ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିବା ଉଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମ୍ଭବ ହୋଇନପାରେ । ପଞ୍ଚାୟତ ନିର୍ବାଚନରେ ସ୍ପର୍ଶକାତର ତଥା କଷ୍ଟକର ସମସ୍ୟା ସବୁ ସାମ୍ନାକୁ ଆସିଥାଏ, ଯାହାର ସମାଧାନ ସମୟ ସାପେକ୍ଷ ହୋଇଥାଏ । ତେବେ ପୂର୍ବରୁ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ରିପୋର୍ଟିଂ ତାରିଖ ଠାରୁ ନିର୍ବାଚନ ଦିନକୁ ମିଶାଇ ପୁଲିଂ ପାର୍ଟିକୁ ୩ ଦିନ ସମୟ ଦିଆଯାଉଥିବା ବେଳେ ଚଳିତ ବର୍ଷ ନିର୍ବାଚନରେ ଏହାକୁ ୨ ଦିନ କରାଯାଇଛି । ଏହାକୁ ନେଇ ଶିକ୍ଷକ ମହଲରେ ଅସନ୍ତୋଷ ଦେଖାଦେଇଛି । ଏଣୁ ପୁଲିଂ ପାର୍ଟିର ଡ଼୍ୟୁଟି ରିପୋର୍ଟ ତାରିଖକୁ ଆଉ ଗୋଟିଏ ଦିନ ପୂର୍ବରୁ ଧାର୍ଯ୍ୟ କରିବାକୁ ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ଭେଟି ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.