ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ମ୍ୟୁନିସିପାଲିଟିରୁ ୧ ଜଣ, ବେଲପଡା ବ୍ଲକରୁ ୧ ଜଣ, ଗୁଡଭେଲା ବ୍ଳକରୁ ୨ ଜଣ, ଖପ୍ରାଖୋଲ ବ୍ଲକରୁ ୧୫ ଜଣ, ଲୋଇସିଂହା ବ୍ଲକରୁ ୨ ଜଣ, ମୁରିବାହାଲ ବ୍ଲକରୁ ୨ ଜଣ, ପାଟଣାଗଡ ଏନ୍‌ଏସିରୁ ୧ ଜଣ, ପୁଇଁନ୍ତଲା ବ୍ଲକରୁ ୧ ଜଣ, ସଇଁନ୍ତଲା ବ୍ଲକରୁ ୨ ଜଣ, ଟିଟିଲାଗଡ ମ୍ୟୁନିସିନାଲିଟିରୁ ୨ ଜଣ, ତୁରେକେଲା ବ୍ଲକରୁ ୨ ଜଣ ଚିହ୍ନଟ ହୋଇଥିବା ସୂଚନା ରହିଛି ।

Leave A Reply

Your email address will not be published.