csstore

ସାତମାଇଲ ଠାରେ ସଡ଼କ ଦୁର୍ଘଟଣା : ଆହତ ଜଣକ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ସାତମାଇଲ ଛକ ଠାରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ଆହତ ଜଣକ ଗୁରୁତର ଅବସ୍ଥାରେ ସ୍ଥାନୀୟ ଭୀମ ଭୋଇ ମେଡ଼ିକାଲ କଲେଜ ହସ୍ପିଟାଲ ଠାରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ସୂଚନାଯୋଗ୍ୟ ଯେ, ଏକ ବାଇକ୍‌ ଯୋଗେ ଦ୍ରୁତଗତିରେ ଆସୁଥିବା ବେଳେ ସାତମାଇଲ ଛକ ଠାରେ ଏକ ପଥରରେ ଧକ୍କା ହେବାରୁ ବାଇକ ଆରୋହୀ ନିରଞ୍ଜନ ମହାନନ୍ଦ(୨୫) ନାମକ ଜଣେ ଯୁବକ ଗୁରୁତର ଅବସ୍ଥାରେ ପଡ଼ି ରହିଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି ।

jayashree
Leave A Reply

Your email address will not be published.