ଝାରମୁଣ୍ଡାରେ ପିଲା ଚୋରକୁ କାବୁ କରି ପୋଲିସ ଜିମା ଦେଲେ ଗ୍ରାମବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆମ୍ବପାଲି ଗ୍ରାମରୁ ଜଣେ ୬ ବର୍ଷର ଛୋଟ ପିଲାକୁ ତୋର ମାମୁଁ ଡାକୁଛି କହି ଜଣେ ବ୍ୟକ୍ତି ଡ଼ାକି ଆଣିଥିଲା । ତେବେ ଏହା ଦେଖି ସ୍ଥାନୀୟ ଲୋକେ ବ୍ୟକ୍ତିଙ୍କ ଠାରୁ ଛୋଟ ପିଲାକୁ ଉଦ୍ଧାର କରିଥିବା ବେଳେ ବ୍ୟକ୍ତି ଜଣକ ଘଟଣାସ୍ଥଳରୁ ଦୌଡ଼ି ଦୌଡ଼ି ଝାରମୁଣ୍ଡା ସ୍ଥିତ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସି ଗୋଟିଏ କୋଠରୀ ଭିତରେ କବାଟ ବନ୍ଦ କରି ରହି ଯାଇଥିଲା । ପରେ ସ୍ଥାନୀୟ ଲୋକେ ବ୍ୟକ୍ତି ଜଣକୁ କୋଠରୀ ଭିତରୁ ବାହାର କରି ପୋଲିସ ଜିମାରେ ଦେଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.