ୟୁପି ପାଇଁ କଂଗ୍ରେସର ଘୋଷଣା ପତ୍ର : ୧୦ ଦିନରେ କୃଷକଙ୍କ ଋଣ ଛାଡ, ୨୦ ଲକ୍ଷ ଚାକିରିର ପ୍ରତିଶ୍ରୁତି

ଲକ୍ଷ୍ନୌ : କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଲକ୍ଷ୍ନୌ ଦ୍ଭକ୍ଟଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଦଳର ଘୋଷଣା ପତ୍ର ପ୍ରକାଶ କରିଛନ୍ତି । ଏହାର ନାମ ‘ଉନ୍ନତି ବିଧାନ ଜନ ମନିଫେଷ୍ଟୋ ୨୦୨୨’ ରଖାଯାଇଛି । ୟୁପି ନିର୍ବାଚନ ପାଇଁ ପ୍ରକାଶିତ ଏହି ଘୋଷଣା ପତ୍ରରେ କୃଷକ, ମହିଳା ଏବଂ ଯୁବକମାନଙ୍କ ପାଇଁ କଂଗ୍ରେସ ଅନେକ ବଡ଼ ପ୍ରତିଶୃତି ଦେଇଛି । କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଲକ୍ଷ୍ନୌରେ ମନିଫେଷ୍ଟୋ ପ୍ରକାଶ କରିବା ବେଳେ କହିଛନ୍ତି ଯେ, ଅନ୍ୟ ଦଳଙ୍କ ପରି ଆମେ ମନିଫେଷ୍ଟୋ ରଖି ନାହୁଁ । ଏହା ଭିତରେ ରଖିଛୁ ତାହା ଲୋକଙ୍କ ସ୍ୱର । କଂଗ୍ରେସ ସରକାର ଗଠନ କଲେ ୧୦ ଦିନ ମଧ୍ୟରେ କୃଷକଙ୍କ ଋଣ ଛାଡ କରାଯିବ ବୋଲି ପ୍ରିୟଙ୍କା ପ୍ରତିଶୃତି ଦେଇଛନ୍ତି । ଯେଉଁମାନେ ବୁଲା ପ୍ରାଣୀ ଯୋଗୁଁ କ୍ଷତି ସହିଛନ୍ତି, ସେମାନଙ୍କୁ ୩୦୦୦ ଟଙ୍କା କ୍ଷତିପୂରଣ ଦିଆଯିବ ଏବଂ ଗୋଧନ ନ୍ୟାୟ ​​ଯୋଜନା ଆରମ୍ଭ କରାଯିବ ।

ମନିଫେଷ୍ଟୋ ପ୍ରକାଶ କରିବା ବେଳେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ଯଦି କଂଗ୍ରେସ ସରକାର ଗଠନ ହୁଏ, ତେବେ ବିଦ୍ୟୁତ୍ ବିଲ୍ ଛାଡ କରାଯିବ । କୋଭିଡ ପ୍ରଭାବିତ ପରିବାରକୁ ୨୫,୦୦୦ ଟଙ୍କା ପ୍ରଦାନ କରାଯିବ । ଆମେ ୨୦ ଲକ୍ଷ ସରକାରୀ ଚାକିରି ଦେବୁ । ଆଦିବାସୀ ତଥା ପଛୁଆ ଶ୍ରେଣୀର ଛାତ୍ରମାନଙ୍କ ପାଇଁ କେଜି ଠାରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନ କରାଯିବ । ପ୍ରିୟଙ୍କା କହିଛନ୍ତି ଯେ, ସ୍କୁଲ ଫି ନିୟନ୍ତ୍ରଣ କରାଯିବ । ପ୍ରାୟ ୨ ଲକ୍ଷ ଖାଲି ଶିକ୍ଷକ ସିଟ୍ ପୂରଣ ହେବ । ଆଦିବାସୀ ଏବଂ ପଛୁଆ ଶ୍ରେଣୀର ଛାତ୍ରମାନଙ୍କୁ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଦିଆଯିବ ।

Leave A Reply

Your email address will not be published.