
ବଲାଙ୍ଗିର, (କେପିଏନ୍ଏସ୍) : ଗତ ବିଳମ୍ବିତ ରାତିରେ କନ୍ଧପାଲିପଡ଼ାର ଶ୍ରୀମତୀ ସୁରୁବୁଇ ବଗର୍ତ୍ତିଙ୍କ ଘରୁ ୧୦ଟି ଛେଳି ଚୋରି ହୋଇଥିବା ନେଇ ଆଜି ସେ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ, ତାଙ୍କ ପୁଅ ବାହାଘର ଭୋଜି ନିମନ୍ତେ ସେ ୧୧ଟି ଛେଳି ରଖିଥିଲେ । କିନ୍ତୁ ଗତ ବିଳମ୍ବିତ ରାତିରେ ୧୦ଟି ଛେଳି ଚୋରି ହୋଇ ଯାଇଥିବା ଅଭିଯୋଗ ନେଇ ସେ ଆଜି ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଆଜି ପୁଅ ବାହାଘରର ମାଟିପକା କାର୍ୟ୍ୟକ୍ରମ ରହିଥିବା ବେଳେ ଭୋଜି ପାଇଁ ରଖାଯାଇଥିବା ଛେଳି ଚୋରି ହୋଇଯାଇଥିବାରୁ ହତାଶ ହୋଇ ପଡ଼ିଛନ୍ତି ସୁରୁବୁଇ ।