csstore

ଗାୟତ୍ରୀ ସରାଫଙ୍କ ସାମଗ୍ରୀକ କୃତି ସଂପର୍କରେ ଆଲୋଚନା, ପୁସ୍ତକ ଲୋକାର୍ପିତ

  • “ପଶ୍ଚିମ ଓଡିଶାର ଲେଖକମାନଙ୍କ ସଂପର୍କରେ ଅଧିକ ଆଲୋଚନା ହେଉ”

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଥିତଯଶା ଗାଳ୍ପିକା ଗାୟତ୍ରୀ ସରାଫଙ୍କ ସାମଗ୍ରୀକ ସୃଜନକୁ ନେଇ ଏକ ଆଲୋଚନା ସମଗ୍ର ‘ଗାଥା ଗାୟତ୍ରୀ’ ନାମରେ ପଶ୍ଚିମ ପ୍ରକାଶନ ଦ୍ୱାରା ପ୍ରକାଶିତ ହୋଇ ଲୋକାର୍ପିତ ହୋଇଯାଇଛି । ଏହାକୁ ସଂପାଦିତ କରିଥିବା ଡକ୍ଟର ସଞ୍ଜୟ କୁମାର ମିଶ୍ର ଓ ଡକ୍ଟର ସୁଶୀଲ କୁମାର ବାଗଙ୍କ ମଧ୍ୟରୁ ଶ୍ରୀ ମିଶ୍ର ପ୍ରକାଶନ ସମ୍ପର୍କରେ ସୂଚନା ଦେବା ପରେ ସରସ୍ୱତୀ ଦେବୀଙ୍କୁ ସମର୍ପିତ କରାଯାଇଥିଲା । ପରେ ପରେ ଗାଳ୍ପିକା ସରାଫ ତାଙ୍କ ସମ୍ପର୍କରେ ଏହି ଆଲୋଚନା ବିଷୟରେ ସୂଚନା ଦେଇ ସୃଜନଶୀଳ ସ୍ରଷ୍ଟାଙ୍କୁ ପାଠକୀୟ ଚେତନା ରାଜ୍ୟକୁ ନେବା କାମ ଆଲୋଚକ ମାନଙ୍କର ଏବଂ ଏ ଦିଗରେ ଅଧିକ କାମ ହେବା ଦରକାର ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଡକ୍ଟର ଜଗନ୍ନାଥ ସାହୁ, କୌତୁକ ପନ୍ଦର, ଶିକ୍ଷକ ରଞ୍ଜିତ ମିଶ୍ର, କବି ସନ୍ଦୀପ କୁମାର କୁଅଁର, ଅରୁଣ କୁମାର ଖୁଆସ, ଗାଳ୍ପିକା ଗାୟତ୍ରୀ ସରାଫ, ଅମୋଲ ଜେନା, ସସ୍ମିତା ସାହୁ, ସ୍ମାରକ ସରାଫ, ଅଞ୍ଜଳି ସରାଫ, ଅମ୍ବରିଶ ସରାଫ ପ୍ରମୁଖ ଏହି ଆଲୋଚନାରେ ଉପସ୍ଥିତ ରହି ଆଗାମୀ ସମୟରେ ଏ ଅଂଚଳର ସାରସ୍ୱତ ସାଧକ ମାନଙ୍କ ସମ୍ପର୍କରେ ଆଲୋଚନା ହୋଇପାରିଲେ ସାହିତ୍ୟର ବିକାଶକୁ ନେଇ ଅନେକ କାମ ହୋଇ ପାରିବ ବୋଲି କହିଥିଲେ ।

jayashree
Leave A Reply

Your email address will not be published.