oom

ସହିଦ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା

jsmm
  • ସହିଦ ମାନ୍ୟତା, ଅନୁକମ୍ପାରାଶି, ଜଣଙ୍କୁ ସରକାରୀ ଚାକିରି ଦାବୀ

ମ.ରାମପୁର, (ହେମନ୍ତ ସାହୁ) : ଗତ ଶନିବାର ଦିନ ମ.ରାମପୁର ଥାନା ଦୁଲେନ ନିକଟରେ ଲ୍ୟାଣ୍ଡ ମାଇନରେ ସହିତ ହୋଇଥିବା ରୋହିତ ବିଶ୍ୱାଳଙ୍କ ସ୍ମୃତିରେ ମ.ରାମପୁର ସାମ୍ବାଦିକ ସମୂହ ଏବଂ ବୁଦ୍ଧିଜୀବୀମାନେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଆୟୋଜନ କରିଥିଲେ । ବରିଷ୍ଠ ସାମ୍ବାଦିକ କମ୍ବୁପାଣି ମିଶ୍ରଙ୍କ ନେତୃତ୍ୱରେ ଓକିଲ ସଂଘ ସଭାପତି ଜୟ କୁମାର ସିଂହଦେଓ, ବରିଷ୍ଠ ଆଇନଜୀବୀ ସପନ କୁମାର ପଟ୍ଟନାୟକ, ସମାଜସେବୀ ବିଭୂତି ଭୂଷଣ ମହାଖୁଡ଼, ରଶ୍ମି ରଂଜନ ପ୍ରହରାଜ, ପ୍ରକାଶ ଚନ୍ଦ୍ର ମାଝୀ, ସତ୍ୟବ୍ରତ ପରିଡ଼ା, ସାମ୍ବାଦିକ ଶୁଭେନ ପଟ୍ଟନାୟକ, ମାନସ କୁମାର ମୁନୀ, ହେମନ୍ତ ସାହୁ, ଅନନ୍ତ କୁମାର ପାଲ, ସଂଯୁକ୍ତା ପୁରୋହିତ ପ୍ରମୁଖ କ୍ୟାଣ୍ଡେଲ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହିତ ବସଷ୍ଟାଣ୍ଡରେ ଶୋକସଭା କରି ସହିଦ ରୋହିତଙ୍କ ସ୍ମୃତି ଚାରଣ ସହିତ ଏକ ଦୁଃଖଦ ଘଟଣା ଏବଂ ଏହି ଭଳି ଏକ ସମ୍ବେଦନଶୀଳ ଘଟଣାରେ ରୋହିତ ବିଶ୍ୱାଳଙ୍କୁ ସହିଦ ସ୍ମୃତି ସମ୍ମାନ ସହିତ ଅନୁକମ୍ପା ରାଶି ବଦଳରେ ପଚାଶ ଲକ୍ଷ ଅନୁକମ୍ପାରାଶି ଏବଂ ପରିବାରର ଜଣଙ୍କୁ ସରକାରୀ ଚାକିରି ଯୋଗାଇବା ସହିତ ଝିଅ ଆଦ୍ୟାଶା ଏବଂ ପୁଅ ଆରୁଶଙ୍କ ଶିକ୍ଷା ଖର୍ଚ୍ଚ ବହନ କରିବା ଉଚିତ ବୋଲି ମତ ଦେଇଥିଲେ । ଠିକ୍ ସେହିପରି ଜନ୍ମମାଟି ମୋହନଗିରୀଠାରେ ମଧ୍ୟ ଏକ ବିରାଟ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ସମାଜସେବୀ ଗୋକୁଳାନନ୍ଦ ବିଶ୍ୱାଳ, ଶୁକଦେବ ସାହୁ, ଦିବାକର ସାହୁ, ଲକ୍ଷ୍ମୀକାନ୍ତ ବେହେରା, ହରିବନ୍ଧୁ ଦାସ, ସୂର୍ଯ୍ୟ ନାରାୟଣ ସାହୁ, ଭୂପିନ୍ଦ୍ର ସାହୁ, ସୁବ୍ରତ ସାହୁ, ସୁନୀଲ ଭୋଇଙ୍କ ସମେତ ବୁଦ୍ଧିଜୀବୀ ଓ ଜନସାଧାରଣ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.