csstore

ଟିକେ ଆଶ୍ୱସ୍ତ, ରାଜ୍ୟରେ ଖସୁଛି କରୋନା ସଂକ୍ରମଣ ସଂଖ୍ୟା : ଗତ ୨୪ ଘଂଟାରେ ୧୪୯୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଖସୁଛି କରୋନା ସଂକ୍ରମଣ ସଂଖ୍ୟା । ଗତ ୨୪ ଘଂଟାରେ ୧୪୯୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୨୮୩ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୧୫୨୫ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୭୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୬୨୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୭୧, ବାଲେଶ୍ୱରରୁ ୫୦, ବରଗଡରୁ ୨୨, ଭଦ୍ରକରୁ ୧୯, ବଲାଙ୍ଗିରରୁ ୨୨, ବୌଦ୍ଧରୁ ୩୨, କଟକରୁ ୬୯, ଦେବଗଡରୁ ୬୨, ଢେଙ୍କାନାଳରୁ ୨୭, ଗଜପତିରୁ ୪୫, ଗଞ୍ଜାମରୁ ୮, ଜଗତସିଂହପୁରରୁ ୨୪, ଯାଜପୁରରୁ ୬୪, ଝାରସୁଗୁଡାରୁ ୭୫, କଳାହାଣ୍ଡିରୁ ୩୮, କନ୍ଧମାଳରୁ ୩୧, କେନ୍ଦ୍ରାପଡାରୁ ୧୬, କେଉଁଝରରୁ ୪୨, ଖୋର୍ଦ୍ଧାରୁ ୨୫୧, କୋରାପୁଟରୁ ୬୬, ମାଳକାନଗିରିରୁ ୭, ମୟୁରଭଞ୍ଜରୁ ୩୫, ନବରଙ୍ଗପୁରରୁ ୩୪, ନୟାଗଡରୁ ୫୬, ନୂଆପଡାରୁ ୨୩, ପୁରୀରୁ ୩୭, ରାୟଗଡାରୁ ୫୨, ସମ୍ବଲପୁରରୁ ୫୯, ସୁବର୍ଣ୍ଣପୁରରୁ ୬, ସୁନ୍ଦରଗଡରୁ ୧୦୧ ଓ ଷ୍ଟେଟ ପୁଲ୍‌ରୁ ୫୩ ଚିହ୍ନଟ ହୋଇଛନ୍ତି ।

jayashree
Leave A Reply

Your email address will not be published.