ବଲାଙ୍ଗିର ରକ୍ତ ଭଣ୍ଡାରେ ରକ୍ତଦାନ କରି ରୋଗୀଙ୍କ ଜୀବନ ବଂଚାଇଲେ ପଶ୍ଚିମ ଓଡିଶା ଯୁବା ମଂଚର ଯୁବ ସଦସ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା କାଳରେ ରକ୍ତ ଭଣ୍ଡାରଗୁଡିକରେ ରକ୍ତର ଘୋର ଅଭାବ ଦେଖା ଦେଉଥିବା ବେଳେ ରକ୍ତ ନ ପାଇବାରୁ ଅନେକ ରୋଗୀମାନେ ହଇରାଣ ହେଉଛନ୍ତି । ତେବେ ଆଜି ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ରକ୍ତ ଭଣ୍ଡାରଠାରେ । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡର ପୂର୍ଣ୍ଣଚନ୍ଦ୍ର ବେହେରା ନାମକ ଜଣେ ରୋଗୀ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲଠାରେ ଚକିତ୍ସିତ ହେଉଥିବା ବେଳେ ଆଜି ଡାକ୍ତର ତାଙ୍କୁ ତୁରନ୍ତ ରକ୍ତର ଆବଶ୍ୟକତା ରହିଛି ବୋଲି କହିଥିଲେ । ତେବେ ରୋଗୀଙ୍କ ସଂପର୍କୀୟ ରକ୍ତ ଭଣ୍ଡାରଠାରେ ରକ୍ତ ନ ପାଇବାରୁ ପଶ୍ଚିମ ଓଡିଶା ଯୁବା ମଂଚକୁ ଯୋଗାଯୋଗ କରିଥିଲେ । ପରେ ଖବର ପାଇ ପଶ୍ଚିମ ଓଡିଶା ଯୁବା ମଂଚର ସଦସ୍ୟ ସୁନିଲ ସେଠ ସଙ୍ଗେ ସଙ୍ଗେ ବଲାଙ୍ଗିର ରକ୍ତ ଭଣ୍ଡାରକୁ ଆସି ଶ୍ରୀ ବେହେରାଙ୍କ ଜୀବନ ବଂଚାଇଥିବାରୁ ରକ୍ତଦାତା ସୁନିଲଙ୍କ ସହ ପଶ୍ଚିମ ଓଡିଶା ଯୁବା ମଂଚକୁ ଶୁଭେଚ୍ଛା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.