ବେହେରାପାଲିରେ ବସନ୍ତ ମହୋତ୍ସବ : ପୂଜ୍ୟ ପୂଜା କରି ସରସ୍ୱତୀ ପୂଜା କଲେ ଗ୍ରାମବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ ଅନ୍ତର୍ଗତ କନଗାଁ ପଞ୍ଚାୟତ ବେହେରାପାଲି ଗ୍ରାମ ଠାରେ ବସନ୍ତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ସରସ୍ୱତୀ ପୂଜା ଠାରୁ ତିନିଦିନ ଧରି ଆୟୋଜିତ ହେଉଥିବା ଏହି ଉତ୍ସବ କୋଭିଡ କଟକଣା ଯୋଗୁଁ ଦୁଇ ଦିନରେ ସୀମିତ କରାଯାଇଛି । ପ୍ରଥମ ଦିବସ କଳସ ଶୋଭାଯାତ୍ରା ସହ ପୂଜାରମ୍ଭ ହୋଇଥିଲା । ଏହି ପୂଜାରେ କର୍ତ୍ତା ଭାବେ ବସନ୍ତ ବରିହା ସସ୍ତ୍ରୀକ ତଥା ଗ୍ରାମର ପୁରୋହିତ ରବୀନ୍ଦ୍ର ପଣ୍ଡା ପୂଜା କାର୍ଯ୍ୟ ନିର୍ବାହ କରିଥିଲେ । ସଂଧ୍ୟାରେ କାଳିଦାସ ମଣ୍ଡପ ଠାରେ ସାଂସ୍କୃତିକ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ବାରିକ ସଭାପତିତ୍ୱ କରିଥିଲେ । ବେହେରାପାଲି ଠାରେ ପୂର୍ବରୁ ଶିକ୍ଷକତା କରୁଥିବା ପିପିଲିପାଲିର ପୁରୁଷୋତ୍ତମ ଭୋଇ, ସରକଣ୍ଡାର ଅର୍ଜୁନ ମିଶ୍ର ଏବଂ ଇଛାପାଲିର ବାଳମୁକୁନ୍ଦ ଭୋଇଙ୍କୁ ଗୁରୁ ଶ୍ରୀ ସମ୍ମାନ ପ୍ରଦାନ ସହ ଉପଢୌକନ ସ୍ମୃତି ଫଳକ ପ୍ରଦାନ କରାଯାଇଥିଲା । ନିଜର ଶିକ୍ଷକତା ଜୀବନର ଅନୁଭୂତି ପ୍ରଦାନ କରିଥିଲେ । ଦଇନି ସାହିତ୍ୟ ସଂସ୍କୃତି ପରିଷଦର ବାର୍ଷିକ ପତ୍ରିକା ଦଇନିକୁ ଅତିଥି ମାନେ ଉନ୍ମୋଚନ କରିଥିଲେ । କେଦାରନାଥ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭା ତଥା ସାଂସ୍କୃତିକ କାର୍ଯ୍ୟକ୍ରମରେ ଲଳିତ ସାହୁ, ଦିବାକର ମେହେର, ଜନାର୍ଦ୍ଦନ ସାହୁ, ଭୀଷ୍ମ ଦେବ ମେହେର, ଡିଲେଶ୍ୱର ସାହୁ, ବୁଦ୍ଧଦେବ ସାହୁ, ଫକୀର ଭୁଏ ମଞ୍ଚାସୀନ ଥିଲେ । ଏହା ପରେ ବୁଡାମାଲର ସରିତା ବେହେରା, ଡୁମେରପାଲିର ସ୍ନେହାସ୍ମିତା ସାହୁ, ଶ୍ରୀୟାଶ୍ରୀ ସାହୁ, ରୁବି ନାୟକ ନୃତ୍ୟ ପରିବେଷଣ କରିଥିଲେ । କୁନି କଳାକାର ସ୍ୱାଗତ, ହରିଶ, ଦିବ୍ୟ ବାଦ୍ୟ ବଜାର ଥିଲେ । କବି ଅଲିଭା ପ୍ରଧାନ, ସୁଶାନ୍ତ ସାହୁ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ କବି ରୋହିତ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । କୁମର ମେହେର, ଧରଣୀ, ନିଲାନ ଭଜନ ଗାନ ସହ ବାଦ୍ୟ ଯନ୍ତ୍ରରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ରହ୍ମା ସୁଇ, ହଲଧର ମେହେର, ଭୂବନେଶ୍ୱର ମେହେର, ଜିନୁ ଭୁଏ, ବାଳକୃଷ୍ଣ ଧୀବର, ମହେନ୍ଦ୍ର ସା, ଆନନ୍ଦ ଭୁଏ, ଜିତେନ୍ ମେହେର, ଭରତ ମେହେର ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.