ଯମୁନାପୁର ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ : ଯମୁନାପୁର ବିଜୟୀ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକ୍ ବୋରପଦର୍ ଗ୍ରାମ ପଞ୍ଚାୟତର ଜମୁନାପୁର୍ ଫୁଟବଲ ପଡ଼ିଆରେ ଚାଲିଥିବା ଯମୁନାପୁର୍ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସରେ ଯମୁନାପୁର ଓ ବିନେକେଲା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଉଭୟ ଦଳ ଗୋଲ ସ୍କୋର କରି ପାରିନଥିବା ବେଳେ ଯମୁନାପୁର୍ ଦଳ ପେନାଲ୍ଟିକ୍‌ରେ ବିନେକେଲା ଦଳକୁ ପରାସ୍ତ କରି ବିଜୟ ଲାଭ କରିଥିଲା । ଅତିଥି ଭାବରେ ଜିଲ୍ଲା ପରିଷଦ ପ୍ରାର୍ଥୀ ସୁରେଶ ଚୌଧୁରୀ, ବୋରାପଦର୍ ଗ୍ରାମ ପଞ୍ଚୟତ ସମିତି ସଭ୍ୟ ପ୍ରାର୍ଥୀ ଭାନୁମତୀ ସାହୁ, ବାସନ୍ତୀ ମହାନନ୍ଦ, ସମାଜ ସେବୀ ସରୋଜ ସାହୁ ଉପସ୍ଥିତ ଥିଲେ । ସରୋଜ ପ୍ରଧାନ, ମୁକୁନ୍ଦ ନାଏକ, ସୁରେଶ ନାଏକ ଖେଳ ପରିଚାଳନା କରିଥିବା ବେଳେ ବିକ୍ରମ ସାହୁ ମ୍ୟାଚର୍‌ ଧାରା ବିବରଣୀ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଧନେଶ୍ଵର ଭୋଇ, ନେପାଲ ଭୋଇ, ସତ୍ୟ ସାହୁ, ହିମାଂଶୁ ଭୋଇ, ଅନିରୁଦ୍ଧ ସାହୁ, ଦୟାନିଧି ସାହୁ, ପ୍ରମୋଦ ଭୋଇ ସହଯୋଗ କରିଥିଲେ ।

Leave A Reply

Your email address will not be published.