csstore

ବାଲିପଦରରେ ବେଆଇନ ବାହାଘରକୁ ରୋକିଲା ବଲାଙ୍ଗିର ଚାଇଲ୍ଡ ଲାଇନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବାଲିପଦର ଗ୍ରାମରେ ଜଣେ ନାବାଳକକୁ ତା’ର ପିତାମାତା
ଯୁବାମାଲ ଗ୍ରାମର ଜଣେ ଝିଅ ସହିତ ବିବାହ କରାଇବାକୁ ଥିବା ବେଳେ କୌଣସି ସୂତ୍ରରୁ ସୂଚନା ପାଇ ବଲାଙ୍ଗିର ୟୁଥ୍‌ ସର୍ଭିସ ସେଂଟର ଚାଇଲ୍ଡ ଲାଇନ୍‌ ପହଂଚି ବେଆଇନ ବାହାଘରକୁ ରୋକିବା ସହ ସରକାରଙ୍କ ଦ୍ୱାରା ଘୋଷିତ ବିବାହ ବୟସ ପୂର୍ବରୁ ପୁଅକୁ ବାହା ନ କରିବା ପାଇଁ ପିତାମାତାଙ୍କୁ ଉପସ୍ଥିତ ଗ୍ରାମବାସୀଙ୍କ ସମ୍ମୁଖରେ ରାଜି କରିଥିଲେ । ଏଥିରେ ସିଡିପିଓ ସରଶୀ ପଣ୍ଡା, ସୁପର ଭାଇଜର ନିଳାଦ୍ରୀ ଖମାରୀ, ଅଙ୍ଗନୱାଡୀ କର୍ମୀ ନମିତା ନାଗ, ବଲାଙ୍ଗିର ଚାଇଲ୍ଡ ଲାଇନର ଶ୍ରୀମନ୍ତ ଥନାପତି, ଟିମ୍‌ ଲିଡର ତ୍ରିଲୋଚନ ନାଗଙ୍କ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.