ଭୁଆଁଭୂଇଁ ଗ୍ରାମରେ ବିଜେଡିର ମିଶ୍ରଣ ପର୍ବ : ୫ ଶହରୁ ଅଧିକ ପରିବାର ବିଜେଡିରେ ମିଶିଲେ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାଶି ପଞ୍ଚାୟତର ଭୁଆଁଭୂଇଁ ଗ୍ରାମରେ ବିଜୁଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ମିଶ୍ରଣ ପର୍ବରେ ଉକ୍ତ ଗ୍ରାମର ତିନି ଗୋଟି ସାହିର ୫ ଶହରୁ ଉର୍ଦ୍ଧ ପରିବାର ବିଜେଡିର ଯୋଗଦେଇଥିବା ଜଣାପଡ଼ିଛି । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ନୂତନ ଭାବେ ଯୋଗଦେଇଥିବା ବେଳେ ଅନ୍ୟଦଳରେ ଗ୍ରାମ୍ୟ ମୁଖିଆ ମାନଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ବିଜେଡି ଦଳକୁ ସ୍ୱାଗତ କରିଥିଲେ । ଏହି ଅବସରରେ ୧୪ ନମ୍ବର ଜିଲ୍ଲା ପରିଷଦ ପ୍ରାର୍ଥିନି ସଶ୍ମିତା ସ୍ୱାଇଁ, ପୋଇରାଶି ପଞ୍ଚାୟତର ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ରବିନ୍ଦ୍ର ନାଥ ବେହେରା ଓ ସମିତି ସଭ୍ୟ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ବେହେରାଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରାଇ ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବାକୁ ନୂତନ ଭାବେ ଯୋଗଦେଇ ଥିବା କର୍ମୀ ମାନଙ୍କୁ ଅନୁରୋଧ କରିଥିଲେ । ଉକ୍ତ ଗ୍ରାମରେ ରହିଥିବା ପାନୀୟ ଜଳ ସମସ୍ୟା ଆସନ୍ତା ଏପ୍ରିଲ ମାସ ସୁଦ୍ଧ ସମାଧାନ କରିବାକୁ ପ୍ରତିଶୃତି ଦେବା ସହ ଗ୍ରାମ୍ୟ ଠାକୁରାଣୀ ମନ୍ଦିର ସୌନ୍ଦର୍ଯ୍ୟକରଣ ଖୁବ ଶୀଘ୍ର କରିବା ନେଇ ପ୍ରକାଶ କରିଥିଲେ । ଉକ୍ତ ଗ୍ରାମର ବଡ଼ ସାହିର ଯୁବକସେନ ବେହେରା, ପୂର୍ଣ୍ଣ ଚନ୍ଦ୍ର ବେହେରା, ମଝି ସାହିର ଗଣ୍ଟେଇ ବେହେରା, ମୂଷା ବେହେରା, ମଙ୍ଗୁଳୁ ବେହେରା ଓ ହରିଜନ ସାହିର ବନା ଦାସ, ତ୍ରିନାଥ ଦାସ ପ୍ରମୁଖ ଗ୍ରାମ୍ୟ ମୁଖିଆଙ୍କ ନେତୃତ୍ୱରେ ବିଜେଡି ଦଳରେ ଶତାଧିକ ବ୍ୟକ୍ତି ଯୋଗ ଦେଇଥିଲେ । ପୂର୍ବତନ ଗଂଜାମ ବ୍ଲକ ବିଜେଡି ସଭାପତି ବନବାସୀ ଖୁଣ୍ଟିଆ, ପୂର୍ବତନ ସରପଞ୍ଚ ବଂଶୀଧର ବେହେରା, ପଞ୍ଚାୟତ ବିଜେଡି ସଭାପତି ଝଡ଼ିଆ ବେହେରା, ବିଜେଡି ନେତା କବିରାଜ ବେହେରା ପ୍ରମୁଖ ମିଶ୍ରଣ ପର୍ବ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.