csstore

ଦେଢ଼ ଲକ୍ଷ ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ

କର୍ଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ଠାରେ ବ୍ୟାଙ୍କ ଫେରନ୍ତା ଗ୍ରାହକଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ରିଷିଡ଼ାର ଗ୍ରାହକ ସେବା କେନ୍ଦ୍ରର ପରିଚାଳକ ମାର୍କଣ୍ଡ ସାହୁ ଏସ୍‌ବିଆଇ ବ୍ୟାଙ୍କରୁ ଦେଢ଼ ଲକ୍ଷ ଟଙ୍କା ଉଠାଇ ଫେରୁଥିବା ସମୟରେ ହଠାତ୍‌ ତିନିଜଣ ବ୍ୟକ୍ତି ବାଇକ୍‌ରେ ଦ୍ରୁତ ଗତିରେ ଆସି ଶ୍ରୀ ସାହୁଙ୍କ ଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପି ନେଇ ଫେରାର୍‌ ହୋଇଯାଇଥିଲେ । ଏନେଇ ଶ୍ରୀ ସାହୁ ମ.ରାମପୁର ଥାନାରେ ଅଭିଯୋଗ କରିବାରୁ ମ.ରାମପୁର ଥାନା ଅଧିକାରୀ ସଚିନ୍ଦ୍ର ପଧାନ କର୍ଲାମୁଣ୍ଡା ଫାଣ୍ଡିରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ।

jayashree
Leave A Reply

Your email address will not be published.