csstore

ସଂସ୍କାର ଭାରତୀ ପକ୍ଷରୁ ପଦ୍ମଶ୍ରୀ ନରସିଂହ ଗୁରୁଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସର୍ବ ଭାରତୀୟ ସାଂସ୍କୃତିକ ସଂଗଠନ “ସଂସ୍କାର ଭାରତୀ”ର ବଲାଙ୍ଗିର ଜିଲ୍ଲା ତରଫରୁ ସାରସ୍ୱତ ସାଧକ ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ନରସିଂହ ଗୁରୁଙ୍କୁ ତାଙ୍କ ବାସଭବନରେ ପୁଷ୍ପମାଲ୍ୟ, ଉପଢୈାକନ ଓ ଫୁଳତୋଡା ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । “ସଂସ୍କାର ଭାରତୀ” ବଲାଙ୍ଗିର ଜିଲ୍ଲା ସଂପାଦକ ଦିଲ୍ଲୀପ କୁମାର ସିଂହଦେଓ, ସଭାପତି ବାସୁଦେବ ମେହେର, ଜିଲ୍ଲା ସଂଯୋଜକ ପ୍ରଭାକର ମିଶ୍ର, ଉପ-ସଭାପତି ପ୍ରଦୀପ କୁମାର ବରାଳ, କୋଷାଧ୍ୟକ୍ଷ ମାନସ ରଂଜନ ସାହୁ, ସଭ୍ୟ ସୁନିଲ ଚନ୍ଦ୍ର ବିଶ୍ୱାଲ ତଥା ଉତ୍କଳ ପଶ୍ଚିମ ପ୍ରାନ୍ତ ଉପ-ସଭାପତି ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ପ୍ରମୁଖ ଉପସ୍ଥିତ ରହି ପଦ୍ମଶ୍ରୀ ଗୁରୁଙ୍କୁ ସମ୍ବର୍ଦ୍ଧିତ କରି ବଧାଇ ଜଣାଇବା ସହ ବିଶେଷ କରି ତାଙ୍କ ପ୍ରଣିତ କୋସଲି ଅଭିଧାନ, କୋସଲି ଭାଷାକୁ ମାନ୍ୟତା ମିଳିବାରେ ଆଗକୁ ଏକ ମାଇଲଖୁଣ୍ଟ ଭଳି ଉପସ୍ଥାପିତ ହେବ ବୋଲି ମତବ୍ୟକ୍ତ କରିଥିଲେ । ପଦ୍ମଶ୍ରୀ ଗୁରୁ ମଧ୍ୟ ସମ୍ବର୍ଦ୍ଧନା ଗ୍ରହଣ ପୂର୍ବକ କୋସଲି ଭାଷାକୁ ସରକାରୀ ମାନ୍ୟତା ମିଳିଲେ ମୋର ଦୀର୍ଘ ଦିନର ପରିଶ୍ରମ ସାର୍ଥକ ହେବ ଏବଂ ଆଗକୁ ମଧ୍ୟ ମୋର ପ୍ରୟାସ ଜାରି ରହିବ ବୋଲି କହିଛନ୍ତି ।

jayashree
Leave A Reply

Your email address will not be published.