- ସାମାଜିକ ପ୍ରଗତି ପାଇଁ କଲମ ଆଣିବ ଚେତନା
ପଦ୍ମପୁର, (ନିରୋଜ କୁମାର ପାଣୀ) : ସମାଜରେ ରାଜନୈତିକ ବ୍ୟବସ୍ଥା ବଦଳି ଚାଲିଛି । ମଣିଷର ପ୍ରବୃତି ଓ ପ୍ରକୃତି ମଧ୍ୟ ଧିରେ ଧିରେ ବଦଳି ଯାଉଛି । ଯାହା କି ସମାଜର ବିକାଶରେ ଅନ୍ତରାୟ ସୃଷ୍ଟି କରୁଛି । ତେଣୁ ଏହି ଗମ୍ଭିର ସମସ୍ୟାର ସମାଧାନ ଦିଗରେ ଚେତନା ଜାଗ୍ରତ କରିବା ଯଥେଷ୍ଟ ଆବଶ୍ୟକ ରହିଛି । ଏ ଦିଗରେ କବି, ସାହିତ୍ୟିକ, ସାମ୍ବାଦିକ, ବୁଦ୍ଧିଜିବୀ ପ୍ରମୂଖ ସଚେତନ ହେବା ଆବଶ୍ୟକ ରହିଛି ବୋଲି ଉତାଲଗଡ ସୃଜନ ଓ ପରବାସୀ କୁଟୁମ୍ ଆୟୋଜନରେ ଅନ୍ଲାଇନ୍ ମାଧ୍ୟମରେ ଆୟୋଜିତ “କବିର୍ କଲମେ ଭୋଟ ବାର୍ତା” କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଛି । କାର୍ଯ୍ୟକ୍ରମର ଉଦ୍ୟୋକ୍ତା ଅଧ୍ୟାପକ ସୁଶାନ୍ତ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଚେତନ ଧର୍ମୀ କାର୍ଯ୍ୟକ୍ରମରେ ଅନ୍ମେଷା ପତ୍ରିକା ସଂପାଦକ ସରୋଜ ମହାନ୍ତି ଓ ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ହୋତା ଅତିଥି ଭାବରେ ଯୋଗଦାନ କରି ବକ୍ତବ୍ୟ ପ୍ରଦାନ କରିଥିଲେ । ବଲାଙ୍ଗିରରୁ କବି ରସରାଜ ଅଚ୍ୟୁତ ପୁରୋହିତ, ସମ୍ବଲପୁରରୁ କବି ଗୁଣରଂଜନ ସାଲିମା ଓ ବରଗଡର ବିପ୍ଳବି କବି ନିତୀଶ ଆଚାର୍ଯ୍ୟ ଯୋଗଦାନ କରି କବିତା ଆବୃତି ମାଧ୍ୟମରେ ସଚେତନତାର ବାର୍ତା ପ୍ରଦାନ କରିଥିଲେ । ସାହିତ୍ୟିକ ଅଶୋକ ପୂଜାରୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ କଣ୍ଠଶିଳ୍ପୀ ଅଜିତ ପାଣିଗ୍ରାହୀ ପ୍ରାରମ୍ଭିକ ସଂଗୀତ ଗାଇଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ କବି, ସାହିତ୍ୟିକ ତଥା ବୁଦ୍ଧିଜିବୀମାନେ ଯୋଗଦେଇଥିଲେ । ଶେଷରେ ଉମାକାନ୍ତ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।