ବଢ଼ିବାରେ ଲାଗିଛି ହାତୀ ଉପଦ୍ରବ : ଘରଭାଙ୍ଗି ଖାଇଗଲେ ଧାନ ଓ ଚାଉଳ

କରଞ୍ଜିଆ : କେନ୍ଦୁଝର ଜିଲ୍ଲା ବନଖଣ୍ଡରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି । ପୁଣି ଏମିତି ଏକ ହାତୀ ଉପଦ୍ରବ କରିଥିବା ଖବର ମିଳିଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ୭ଟି ହାତୀ ବିଶିଷ୍ଟ ହାତୀପଲ ବୋଳା ଗ୍ରାମରେ ପଶି ପ୍ରଭୁଚରଣ ମହାନ୍ତିଙ୍କ ଘର ଭାଙ୍ଗିଦେବା ସହ ଘରେ ଥିବା ଧାନ ଚାଉଳ ଖାଇ ଯାଇଥିବା ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି । ରାତିସାରା ଉପଦ୍ରବ କରିବା ପରେ ହାତୀପଲ ଧଳାବଣୀ ଜଙ୍ଗଲ ନିକଟକୁ ଚାଲି ଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.