ଆଠଗାଁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅବସର ଗ୍ରହଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡ଼ବନ୍ଧ ଗାଁର ତଥା ବଲାଙ୍ଗିର ଜିଳ୍ଲା ପୁଇଁନ୍ତଲା ବ୍ଲକ ଆଠଗାଁ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଯୁଗଲ କିଶୋର ମେହେର ଗତକାଲି ଅବସର ଗ୍ରହଣ କରିଛନ୍ତି । ସେ ଗତ ୧୯୮୧ ମସିହା ଡିସେମ୍ବର ୧ତାରିଖ ଦିନ ଦେଓଗାଁ ବ୍ଳକ ଧଣ୍ଡାମାଲ ପଞ୍ଚାୟତରେ ସଂପାଦକ ଭାବେ ଚାକିରି ଆରମ୍ଭ କରିଥିବା ବେଳେ ୨୦୦୬ରେ ଗ୍ରାମ ସେବକ ଭାବେ ପଦୋନ୍ନତି ପାଇ ସଇଁନ୍ତଲା, ପୁଇଁନ୍ତଲା ବ୍ଳକରେ ସୁଚାରୁ ରୂପେ ତାଙ୍କ କାର୍ଯ୍ୟ ତୁଲାଇଥିଲେ । ଏହି ‌ଅବସରରେ ପୁଇନ୍ତଲା ବ୍ଳକ କାର୍ଯ୍ୟାଳୟ ପରିସରରେ ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ମେହେରଙ୍କୁ ଅବସରକାଳୀନ ସମ୍ବର୍ନ୍ଧନା ଦିଆଯାଇଥିଲା ।

Leave A Reply

Your email address will not be published.