oom

ଗାନ୍ଧୀ ସ୍ମୃତି କମିଟି ତରଫରୁ ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି : ଗାନ୍ଧୀଙ୍କୁ ହତ୍ୟା କରାଯାଇପାରେ, ଗାନ୍ଧୀଙ୍କ ବିଚାରକୁ ନୁହେଁ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ବଲାଙ୍ଗିର ଗାନ୍ଧୀ ସ୍ମୃତି କମିଟି ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଗାନ୍ଧୀଙ୍କୁ ହତ୍ୟା କରାଯାଇପାରେ କିନ୍ତୁ ଗାନ୍ଧୀଙ୍‌ଙ୍କ ବିଚାରକୁ ହତ୍ୟା କରାଯାଇ ପାରିବ ନାହିଁ ବୋଲି ଉପସ୍ଥିତ ବକ୍ତାଗଣ ମତ ଦେଇଥିଲେ । ସ୍ଥାନୀୟ ଗାନ୍ଧୀ ଭବନ ସାମନାରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତିଠାରେ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱ ଓ ପ୍ରଶାନ୍ତ ମହାକୁରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ସିଭିଲ ସୋସାଇଟିର ସଭାପତି ନୀଳମଣି ମିଶ୍ର, ବରିଷ୍ଠ ନାଗରିକ ମଂଚର ସଭାପତି ପ୍ରଭାକର ମିଶ୍ର, ନାଗରିକ କମିଟିର ଗୋପଭୂଷଣ ନାଥ, ମନୋରଂଜନ ପୁରୋହିତ, ପୂର୍ବତନ ସୈନିକ ସଂଘର ସଂପାଦକ ପ୍ରତାପ ରଥ, ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା, ପ୍ରେସ କ୍ଲବର ସଭାପତି ଅରୁଣ ମିଶ୍ର, ଜିଲ୍ଲା ଜଙ୍ଗଲ ସୁରକ୍ଷା ଫୋରମର କୁଳମଣି ସାହୁ, ପରିବେଶ କର୍ମୀ ଅର୍ଜୁନ ସାହୁ, ରେଡକ୍ରସ ସୋସାଇଟିର ସାଧନକର୍ମୀ ରାମନାରାୟଣ ଦାସ, ରବିଚନ୍ଦ୍ର ପଶାୟତ, ରଂଜୀତ ମିଶ୍ର, ସାମ୍ବାଦିକ ବୀରେନ୍ଦ୍ର ଝାଙ୍କର, ପ୍ରଶାନ୍ତ ମହାକୁର ପ୍ରମୁଖ ଯୋଗ ଦେଇଥିଲେ । ଗାନ୍ଧୀଙ୍କୁ ନେଇ କୌଣସି ବିବାଦକୁ ଗ୍ରହଣ କରାଯାଇ ପାରେନା । ତାଙ୍କୁ ଯେଭଳି ଭାବରେ ସ୍ୱାଧୀନତା ପରେ ପରେ ଗୁଳିକରି ହତ୍ୟା କରାଗଲା ତାହା ଭାରତ ଇତିହାସର ଏକ କଳଙ୍କିତ ଅଧ୍ୟାୟ ବୋଲି ମତ ପ୍ରକାଶ ପାଇଥିଲା ।

jittmm
Leave A Reply

Your email address will not be published.