oom

ବ୍ରହ୍ମପୁରରେ ‘ରାଷ୍ଟ୍ରପିତାଙ୍କ ଅସମ୍ମାନ-ସହିବ ନାହିଁ ହିନ୍ଦୁସ୍ତାନ’ର ପ୍ରତିବାଦ ସଭା

jsmm

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ରବିବାର ନବୀନ ଭବନଠାରେ ‘ରାଷ୍ଟ୍ରପିତାଙ୍କ ଅସମ୍ମାନ-ସହିବ ନାହିଁ ହିନ୍ଦୁସ୍ଥାନ’ ଶୀର୍ଷକରେ ଏକ ନୀରବ ପ୍ରତିବାଦ ସଭାର ଆୟୋଜନ କରାଯାଇଛି । ନବୀନର ସମ୍ପାଦକ ତଥା ହିନ୍ଦ୍‌ ମଜଦୁର ସଭାର ରାଜ୍ୟ ଉପସଭାପତି ଏବଂ ବରିଷ୍ଠ ସାମ୍ବାଦିକ ରବି ରଥ, ସାମ୍ବାଦିକ ବିଘ୍ନେଶ୍ୱର ସାହୁ, ନବୀନ ସାହିତ୍ୟ ପ୍ରତିଷ୍ଠାନର ସମ୍ପାଦକ କପିଳ ମହାନ୍ତି, ସହସମ୍ପାଦକ ସୁଶାନ୍ତ କର, କବି ବି. ସତ୍ୟମ୍‌ ଆଚାରୀ, ବସନ୍ତ ଅଧିକାରୀ, କୃଷ୍ଣଚନ୍ଦ୍ର ତ୍ରିପାଠୀ, ସମାଜସେବୀ ରାମକୃଷ୍ଣ ପାତ୍ର, ବିଜୟ ରଥ, ଯୁଧିଷ୍ଠିର ମହାରଣା, ପବିତ୍ର କୁମାର ଚୌଧୁରୀ ପ୍ରମୁଖ ପ୍ଲାକାର୍ଡ ପ୍ରଦର୍ଶନ ପୂର୍ବକ ନୀରବ ପ୍ରତିବାଦ ସଭାରେ ସାମିଲ ହୋଇଥିଲେ । ଦୁନିଆରେ ଭାରତର ପରିଚୟ କେବଳ ମହାତ୍ମା ଗାନ୍ଧୀ । ମହାତ୍ମା ଗାନ୍ଧୀଙ୍କ ତ୍ୟାଗପୁତ ଜୀବନ ଓ ବଳିଦାନ ଯୋଗୁ ଭାରତ ସ୍ୱାଧୀନତା ଲାଭ କରିବା ସହ ଅନେକ ଘଟଣାବଳୀକୁ ଏ ଜାତି କେବେ ଭୁଲିବ ନାହିଁ ବୋଲି ବକ୍ତାମାନେ ନିଜ ନିଜ ଉଦ୍‌ବୋଧନରେ ସ୍ମରଣ କରିଥିଲେ ।

jittmm
Leave A Reply

Your email address will not be published.