କଂଗ୍ରେସ ଆଦିତ୍ୟ ସିଂଙ୍କ ଆହ୍ୱାନର ଉତ୍ତର ଦେଲା : ପ୍ରିୟଙ୍କା ଗାନ୍ଧୀ ରାଏବରେଲିରେ ଲଢ଼ୁଛନ୍ତି, ତେଣୁ ବିଜୟ ନିଶ୍ଚିତ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଘଡ଼ିକେ ଘୋଡ଼ା ଛୁଟୁଛି । ଫେବୃଆରୀ ୧୦ ରୁ ରାଜ୍ୟରେ ମତଦାନ ଆରମ୍ଭ ହେବାକୁ ଯାଉଛି । ଏହି କ୍ରମରେ ରାଜନେତାଙ୍କ ମଧ୍ୟରେ ଚଥା କଟାକଟି ତୀବ୍ର ହୋଇଛି । କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୟୁପିରେ ତାଙ୍କ ଦଳ ପାଇଁ ପ୍ରଚାର କରୁଛନ୍ତି । ଗତ ବର୍ଷ କଂଗ୍ରେସରୁ ବିଜେପିରେ ଯୋଗ ଦେଇଥିବା ପୂର୍ବତନ ବିଧାୟକ ଆଦିତ୍ୟ ସିଂ ପ୍ରିୟଙ୍କା ଗାନ୍ଧୀଙ୍କୁ ଏକ ଚ୍ୟାଲେଞ୍ଜ ଦେଇଥିଲେ, ଯାହାକୁ ନେଇ କଂଗ୍ରେସ ବର୍ତ୍ତମାନ ପ୍ରତିକ୍ରିୟା ଦେଇଛି । ଦଳ କହିଛି ଯେ, ଯଦି ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରାଏବରେଲି (ସଦର)ରୁ ୨୦୨୨ ଉତ୍ତରପ୍ରଦେଶ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ତେବେ ସେ ଏକ ପାଦରେ ଜିତିବେ ।

Leave A Reply

Your email address will not be published.