pr

କବି ରାଜୀବ ପାଣିଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲା ସ୍ୱସ୍ତି ସାହିତ୍ୟ ସଂସଦ

dr. purohit

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ କବି ରାଜୀବ ପାଣିଙ୍କ ୫୯ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ସ୍ୱସ୍ତି ସାହିତ୍ୟ ସଂସଦର କର୍ମକର୍ତ୍ତାମାନେ ତାଙ୍କ ବାସଭବନରେ ପହଁଚି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଖାଲି ରାଉରକେଲା କାହିଁକି ସମଗ୍ର ରାଜ୍ୟରେ କବି ହିସାବରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ରାଜୀବ ପାଣିଙ୍କୁ ସ୍ୱସ୍ତି ସାହିତ୍ୟ ସଂସଦର ସଭାପତି ପ୍ରାକ୍ତନ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ନିରାଡମ୍ବର କାର୍ଯ୍ୟକ୍ରମରେ ଅନୁଷ୍ଠାନ ତରଫରୁ କବି ଶ୍ରୀ ପାଣିଙ୍କୁ ମାନପତ୍ର, ଉପଢୌକନ, ପୁଷ୍ପଗୁଛ ଓ ପୁସ୍ତକ ପ୍ରଦାନ କରାଯାଇଥିଲା । ସର୍ବଶ୍ରୀ ଡାକ୍ତର କୃପା ସିନ୍ଧୁ ନାୟକ, ପ୍ରଫେସର ଶଙ୍କର ପ୍ରସାଦ ତ୍ରିପାଠୀ, ପ୍ରଫେସର ପାରେଶ୍ୱର ବିଶ୍ୱାଳ, ଡଃ ସୁମନ ଦତ୍ତ, ବିଭୁତି ଭୂଷଣ ଦାସ, ନୃସିଂହ ଚରଣ ବିଶ୍ବାଳ, ରାଜକୁମାର ମହାନ୍ତି, ଅଙ୍ଗୁରବାଳା ପରିଡା, କିଶୋରୀ ମୋହନ କର, ଅଶୋକ କୁମାର ପଟ୍ଟନାୟକ, ଶର୍ମିଲା ଦତ୍ତ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ତ୍ରିଲୋଚନ ସ୍ବାଇଁ, ସ୍ମିତା ମିଶ୍ର, ରଶ୍ମି ସାହୁ, ସ୍ନେହଲତା ପଟ୍ଟନାୟକ, ପ୍ରତାପ କୁମାର ରାୟ, ସୁଶାନ୍ତ ନାୟକ, ପ୍ରଫୁଲ୍ଲ ସାମଲ, ସୁଷମା ପାଣି, ଅନ୍ବେଷା ପାଣି, ପ୍ରତ୍ୟାଶା ପାଣି, କୁଞ୍ଜବିହାରୀ ରାଉତ ପ୍ରମୁଖ ଶ୍ରୀ ପାଣିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ତାଙ୍କ କଲମ ଦୀର୍ଘଜୀବୀ ଓ ତାଙ୍କ ସାହିତ୍ୟ ଲୋକାଦୃତ ହୋଇ ସାହିତ୍ୟ ଜଗତରେ ଏକ ନକ୍ଷତ୍ର ରୂପେ ଉଭା ହୁଅନ୍ତୁ ବୋଲି ମତ ରଖିଥିଲେ । ପ୍ରତିତ୍ତରରେ ଶ୍ରୀ ପାଣି ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ସମସ୍ତଙ୍କ ଆଶୀର୍ବାଦ ତାଙ୍କ ସହ ଥିବାରୁ ସେ ସୌଭାଗ୍ୟବାନ ବୋଲି କହିଥିଲେ । ଏହି ଅବସରରେ କେକ୍ କଟାଯାଇ ସମସ୍ତଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

nrusinghnath
Leave A Reply

Your email address will not be published.