csstore

ପରିବର୍ତ୍ତନର ସ୍ଲୋଗାନ ସହ ଧାରୋଲ ଗ୍ରାମରୁ ବିଜେପିର ନିର୍ବାଚନ ପ୍ରଚାର ଶୁଭାରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପରିବର୍ତ୍ତନର ସ୍ଲୋଗାନ ଦେଇ ଭାରତୀୟ ଜନତା ପାର୍ଟି ପଦ୍ମପୁରର ନିର୍ବାଚନ ମଣ୍ଡଳୀ ପାଇକମାଲ ବ୍ଲକ ଧାରୋଲ ଗ୍ରାମରୁ ନିର୍ବାଚନ ପ୍ରଚାର ଶୁଭାରମ୍ଭ କରିଛି । ବିଜେପିର ଜିଲ୍ଲା ଉପସଭାପତି ସରୋଜ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିର୍ବାଚନ ପ୍ରଚାର ସଭାରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ଯୋଗଦାନ କରି ସାଧାରଣ ଗରିବ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ପଞ୍ଚାୟତ ସ୍ତରରେ ଚାଲିଥିବା ବ୍ୟାପକ ଦୁର୍ନୀତିକୁ ରୋକ ଲଗାଇବା ପାଇଁ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସମେତ ବିଜେପି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟପ୍ରାର୍ଥୀମାନଙ୍କୁ ବିପୁଳ ଭୋଟରେ ବିଜୟୀ କରିବା ପାଇଁ ଆହ୍ବାନ କରିଥିଲେ । ନିର୍ବାଚନର ପ୍ରଚାର ସଭାରେ ମାଣ୍ଡୋସିଲ ଜିଲ୍ଲା ପରିଷଦ ପ୍ରାର୍ଥିନୀ ଶ୍ରୀମତୀ ତ୍ରିପୁରା ବରିହା, ସରପଞ୍ଚ ପ୍ରାର୍ଥୀ ପ୍ରକାଶ ନାୟକ, ଝାରବନ୍ଧ ପ୍ରାର୍ଥୀ ଶ୍ରୀମତୀ ସୂର୍ଯ୍ୟକାନ୍ତି ମାଝୀ, ଛିନ୍ଦେଇକେଲା ପ୍ରାର୍ଥୀ ଶ୍ରୀମତୀ ଶୁଭାସିନୀ ନନ୍ଦ, ବରତୁଣ୍ତା ପ୍ରାର୍ଥୀ ଦୁଃଶାସନ କୁମ୍ଭାର, ଝିଟିକି ପ୍ରାର୍ଥୀ ପୂର୍ଣ୍ଣିମା ଧରୁଆ, କାଂସଡା ପ୍ରାର୍ଥୀ ଶ୍ରୀମତୀ ଜ୍ୟୋସ୍ନା ସାହୁଙ୍କ ସମେତ ସାତଟି ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ଲଲିତ ଜଗତ, ପବିତ୍ର ସାହୁ, ପାନଲାଲ ବାଗ, ସୁରେନ୍ଦ୍ର ଭୋଇ, ବଂଶୀଧର ବରିହା, ଶ୍ରୀମତୀ ଶୁଶିଲା ଛତ୍ରିଆ ଉପସ୍ଥିତ ଥିଲେ । ଜନ ସାଧାରଣଙ୍କ ତରଫରୁ ସମସ୍ତ ପ୍ରାର୍ଥୀମାନଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରାଯିବା ପରେ ଗ୍ରାମଦେବୀଙ୍କଠାରେ ପୂଜା ଅର୍ଚ୍ଚନା କରାଯାଇଥିଲା । ଏହି ନିର୍ବାଚନ ପ୍ରଚାର ଶୁଭାରମ୍ଭରେ ମାଣ୍ଡୋସିଲ ମଣ୍ତଳ ସଭାପତି ସଂଜୟ ବେହେରା, ବେଣୁଧର ବେହେରା, ସୁବାଷ ମହାନ୍ତି, ବାବୁଲୁ ବରିହା, ନୀଲାଧର ରଣା, ନରୋତ୍ତମ ଦାସ, ବୀର କିଶୋର ନନ୍ଦ, ଦୁର୍ଯ୍ୟୋଧନ ପୁଟା, ଉତ୍ସବ ପଟ୍ଟନାୟକ, ସୁଧିର ନାଗ, ଅଲେଖ ସାହୁ, ରାଜେନ୍ଦ୍ର ସେଠ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.