csstore

ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବଣିବକ୍ରେଶ୍ଵର ଦେବ ପୀଠ, କୂଆପଦା ଠାରେ ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ସଂଘର ସମ୍ପାଦକ ଜଗମୋହନ ମହାପାତ୍ର ଜାତୀୟ ପତକା ଉତ୍ତୋଳନ କରିଥିବା ବେଳେ ସମ୍ମାନିତ ଅତିଥିରୂପେ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡିଆ, ସାମାଜିକ କର୍ମୀ ରମେଶ ପାଟ୍ଟଶାଣୀ ସହ ସଭାପତି ସନ୍ତୋଷ କୁମାର ଜେନା, ଉପସଭାପତି ରଜନୀକାନ୍ତ ପରିଡ଼ା, ସହ ସମ୍ପାଦକ ଦୀପ୍ତି ରଞ୍ଜନ ମହାପାତ୍ର, ଉପଦେଷ୍ଟା ଭାସ୍କର ବଳିୟାର ସିଂହ, ଦୈତାରୀ ଜେନା, ସତ୍ୟନାରାୟଣ ବାରିକ ପ୍ରମୁଖଙ୍କ ସମେତ ସଂଘର ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.