ବରିଷ୍ଠ ସାମ୍ବାଦିକ ତୀର୍ଥବାସୀ ରଥ ଚାଲିଗଲେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦୈନିକ ଖବର କାଗଜ ‘ସମାଜ’ର ବରିଷ୍ଠ ସାମ୍ବାଦିକ ଗୋପ ବ୍ଲକର ପ୍ରତିନିଧି ତୀର୍ଥବାସୀ ରଥ (୬୧)ଙ୍କର ନିଜସ୍ୱ ବାସ ଭବନରେ ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ଗତବର୍ଷ ସେ ବ୍ରେନ୍‌ଟ୍ୟୁମର ରୋଗରେ ପୀଡିତ ହୋଇ ଆମ୍ରରି ହସ୍‌ପିଟାଲରେ ଅସ୍ତ୍ରୋପଚାର କରାଯାଇଥିଲା ଓ ସେ ସୁସ୍ଥ ମଧ୍ୟ ଥିଲେ କିନ୍ତୁ ନିକଟରେ ତାଙ୍କ ମା’ଙ୍କ ମୃତ୍ୟୁ ଘଟିଥିବା ବେଳେ ସେ ଅତ୍ୟନ୍ତ ମର୍ମାହତ ହୋଇ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କ ବାସଭବନରେ ସେ ଚିକିତ୍ସିତ ହେଉଥିବା ବେଳେ ଗତକାଲି ତାଙ୍କ ଦେହାନ୍ତ ହୋଇ ଯାଇଥିଲା । ତାଙ୍କ ମୃତ୍ୟୁ ଖବରରେ ସାରା ଗୋପ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା ।

Leave A Reply

Your email address will not be published.