csstore

ବଲାଙ୍ଗିର ବିଜେଡିର ସପ୍ତାହବ୍ୟାପୀ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୧୬୩ ୟୁନିଟ ରକ୍ତ ସଂଗ୍ରହ

ବଲାଙ୍ଗିର : (ଦେବାଶିଷ ମିଶ୍ର) : ଗତ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ବଲାଙ୍ଗିର ବିଜୁ ଜନତା ଦଳ ଓଡିଶା ମୋ ପରିବାର ଆନୁକୁଲ୍ୟରେ ଜୀବନ ବିନ୍ଦୁ କାର୍ୟ୍ୟକ୍ରମ ବଲାଙ୍ଗିର ଜିଲ୍ଲା ରକ୍ତ ଭଣ୍ଡାର ଠାରେ ସପ୍ତାହ ବ୍ୟାପୀ ଅନୁଷ୍ଠିତ ହୋଇ ୧୬୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି କାର୍ୟ୍ୟକ୍ରମ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ଓ ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ କଳିକେଶ ନାରାୟଣ ସିଂହଦେଓ ଏବଂ ଯୁବନେତା ଅର୍କେଶ ନାରାୟଣ ସିଂହଦେଓଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଓଡିଶା ମୋ ପରିବାରର ସଂଯୋଜକ ସାଗର ସଙ୍ଗମ ଶତପଥୀଙ୍କ ସଂଯୋଜନାରେ ବଲାଙ୍ଗିର ବିଜୁ ଜନତା ଦଳର ସମସ୍ତ ବରିଷ୍ଠ କର୍ମକର୍ତ୍ତା, ଯୁବ ଛାତ୍ର ଓ ମହିଳା କର୍ମକର୍ତ୍ତାମାନଙ୍କ ଉପସ୍ଥିତି ଓ ସହଯୋଗରେ ରକ୍ତଦତାମାନେ ଏଭଳି କରୋନା ମହାମାରୀ ସମୟରେ ସ୍ୱଇଚ୍ଛାରେରେ ରକ୍ତଦାନ କରି ମାନବିକତାର ପରିଚୟ ସୃଷ୍ଟି କରିଛନ୍ତି ବୋଲି ଦଳ ପକ୍ଷରୁ ସମସ୍ତ ରକ୍ତଦାତାଙ୍କୁ ପ୍ରଶଂସା କରାଯାଇଛି । ଆଜିର ଏହି ସପ୍ତମ ଦିନର ରକ୍ତଦାନ ଶିବିରରେ ବଲାଙ୍ଗିର ବିଜୁ ଯୁବ ଜନତା ଦଳର ସଭାପତି ରାଜେନ୍ଦ୍ର ହୋତା, ଛାତ୍ର ସଭାପତି ଗୁଞ୍ଜ ଖାନ, ବରିଷ୍ଠ ନେତା ଓମକାର ନାୟକ, ନରସିଂହ ବାଗ, ଶିବ ପ୍ରସାଦ ବେହେରା, ମୁନା ଖାନ, ଭଗବାନ ବଗର୍ତୀ, ପ୍ରଦୀପ ସାହୁ, ମହେନ୍ଦ୍ର ବାଗ, ରାମ ନାଏକ, ନିହାର ରଞ୍ଜନ ସ୍ୱାଇଁ, ଶାନ୍ତନୁ ଭୋଇ ରାଜ୍ୟ ଛାତ୍ର ସମ୍ପାଦକ ସୁମନ ନନ୍ଦ, ସନ୍ତୋଷ ଦନ୍ତା, ବାଲାଜୀ ପଣ୍ଡା, ଶମ୍ଭୁ ଚୋପଦାର, ଜିତେନ୍ଦ୍ର ସ୍ୱାଇଁ, ବୁଲୁ ବେହେରା , ସଞ୍ଜିବ ନାଥ, ବେଞ୍ଜାମିନ କିରୋ, ତେଜରାଜ ଚୌଧୁରୀ, ବ୍ୟାସ ପଣ୍ଡା, ସ୍ୱରୂପ ଦାସ ସହଯୋଗ କରିଥିବା ବେଳେ ସପ୍ତାହ ବ୍ୟାପୀ ରକ୍ତ ଭଣ୍ଡାରର ସମସ୍ତ କର୍ମକର୍ତ୍ତା ଓ ସ୍ୱାସ୍ଥ୍ୟ ବିଭାଗର ସମ୍ପୁର୍ଣ୍ଣ ସହଯୋଗ କରିଥିବାରୁ ଦଳ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

jayashree
Leave A Reply

Your email address will not be published.