csstore

ସମିତି ସଭ୍ୟା ପଦ ପାଇଁ ବ୍ଲକ ଅଧ୍ୟକ୍ଷଙ୍କ ଧର୍ମପତ୍ନୀଙ୍କ ନାମାଙ୍କନ ପତ୍ର ଦାଖଲ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ଧର୍ମପତ୍ନୀ ଦୀପାଳି ନାୟକ ଗଡ଼ରକ୍ଷା କରିବା ପାଇଁ ଗଞ୍ଜାମ ବ୍ଲକ କରପଡ଼ା ପଞ୍ଚାୟତର ସମିତି ସଭ୍ୟା ପଦ ପାଇଁ ଗତକାଲି କାଙ୍କ ସ୍ୱାମୀଙ୍କ ସହ ଗଞ୍ଜାମ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବ୍ଲକ ଗୋଷ୍ଟୀ ଉନ୍ନୟନ ଅଧିକାରୀ ବିଶ୍ୱଜିତ ରାୟଙ୍କୁ ନିଜର ପାର୍ଥୀପତ୍ର ପ୍ରଦାନ କରିଛନ୍ତି । ଛାତ୍ର ରାଜନୀତିରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିଜର ଅଭିଜ୍ଞତାକୁ ପାଥେୟ କରି ରାଜନୈତିକ ଗୋଟି ଚାଳନାରେ ସଫଳ ହୋଇ ବ୍ଲକ ଅଧ୍ୟକ୍ଷ ଭାବେ ନିଜକୁ ଅଭିଷିକ୍ତ କରିପାରିଥିଲେ । ସ୍ବାମୀଙ୍କ ସମ୍ମାନ ରକ୍ଷା କରିବା କରିବା ଏବଂ ଜଣେ ଶିକ୍ଷିତ ମହିଳା ଭାବରେ ସ୍ବାମୀଙ୍କ ପରି ପୁଣି ଥରେ କରପଡା ପଞ୍ଚାୟତରୁ ସମିତି ସଭ୍ୟା ଭାବର ବିଜୟୀ ହୋଇ ଗଞ୍ଜାମ ବ୍ଲକର ଅଧ୍ୟକ୍ଷା ପଦବୀ ପାଇଁ ସ୍ବାମୀଙ୍କ ଲୋକ ପ୍ରିୟତାକୁ ଆଧାର କରି ରାଜନୈତିକ ମୈଦାନକୁ ଓଲ୍ଲାଇ ଥିବା ପ୍ରକାଶ କରିଛନ୍ତି ଦୀପାଳି ।

jayashree
Leave A Reply

Your email address will not be published.