ମାଣ୍ଡୋସିଲ ପଞ୍ଚାୟତର ବିଜେପି ତରଫରୁ ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମ ପଞ୍ଚାୟତ ଜିଲ୍ଲା ପରିଷଦ ଜୋନ୍‌ ନମ୍ବର୧୧ ପାଇକମାଲ ୧ରୁ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଶ୍ରୀମତୀ ତ୍ରିପୁରା ବରିହା, ସରପଞ୍ଚ ପ୍ରାର୍ଥୀ ଓମ୍ ପ୍ରକାଶ ନାୟକ, ସମିତି ସଭ୍ୟ ପ୍ରାର୍ଥୀ ଲଲିତ ଜଗତ ପ୍ରମୁଖ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଶ୍ରୀମତୀ ବରିହା ଜଣେ ବିଜେପିର ଟାଣୁଆ ନେତ୍ରୀ ଭାବେ ବେଶ୍‌ ପରିଚିତ । ଶ୍ରୀ ନାୟକ ବିଜେପି ନେତା ତଥା ପୂର୍ବତନ ସରପଞ୍ଚ ଥିଲେ । ଶ୍ରୀ ଜଗତ ହେଉଛନ୍ତି ବିଜେପି ଜିଲ୍ଲା ଅନୂସୁଚିତ ଜାତିର ସାଧାରଣ ସମ୍ପାଦକ ତଥା ବହୁମୁଖୀ ପ୍ରତିଭାର ଅଧିକାରୀ । ସେ ଜଣେ କବି, ନାଟ୍ୟକାର, ନିର୍ଦ୍ଦେଶକ ଭାବରେ ଜିଲ୍ଲା ତଥା ରାଜ୍ୟସ୍ତରରେ ସୁନାମ ଅର୍ଜନ କରି ଏ ଅଞ୍ଚଳରେ ବେଶ୍‌ ପରିଚିତ ହୋଇ ପାରିଛନ୍ତି । ନାମାଙ୍କନ ପତ୍ର ଦାଖଲ ସମୟରେ ମାଣ୍ଡୋସିଲ ମଣ୍ଡଳ ସଭାପତି ସଞ୍ଜୟ ବେହେରା, ପଞ୍ଚାୟତ ପ୍ରମୁଖ କୈଳାଶ ଦାଶ, ସୁବାଷ ହଂସ, ସହଦେବ ମେହେର, ମୋହନ ରଣା, ବାଲେକ୍ ରାମ ବେନିଆ ଓ ଚନ୍ଦ୍ର ମାଝୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.