‘କୋଶଳ ପ୍ରବାହ’ର ପ୍ରଭାବ : ଅର୍ଥାଭାବ ଯୋଗୁଁ ଚିକିତ୍ସିତ ହୋଇ ପାରୁ ନଥିବା ଇନ୍ଦ୍ରା ମହାକୁରଙ୍କ ପାଖରେ ପହଞ୍ଚିଲା ସ୍ୱାଭିମାନ ପରିବାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୧୮ ତାରିଖ ଦିନ ‘କୋଶଳ ପ୍ରବାହ’ରେ ‘ଅର୍ଥାଭାବରୁ ଚିକିତ୍ସାରୁ ବଞ୍ଚିତ ଇନ୍ଦ୍ରାବତୀ ମହାକୁର’ ଶୀର୍ଷକରେ ଖବର ପ୍ରସାରଣ ପରେ ଇନ୍ଦ୍ରାଙ୍କ ପାଖକୁ ଚିକିତ୍ସା ଯୋଗାଇ ଦେବା ପାଇଁ ପହଞ୍ଚିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାଭିମାନ ପରିବାର । ରୋଗାଗ୍ରସ୍ତା ଇନ୍ଦ୍ରା ମହାକୁରଙ୍କ ଗ୍ରାମ ଲୋଇସିଂହା ବ୍ଲକ ଅନ୍ତର୍ଗତ କରନପାଲି ଗାଁରେ ସ୍ୱାଭିମାନ ପରିବାରର ସଦସ୍ୟ ମାନେ ପହଞ୍ଚି ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆବଶ୍ୟକ ପଡ଼ିଲେ ଅନ୍ୟ ଡାକ୍ତରଖାନାକୁ ବି ଉଚ୍ଚ ଚିକିତ୍ସା ପାଇଁ ନିଆଯିବ ବୋଲି କହିଛନ୍ତି । ଇନ୍ଦ୍ରାଙ୍କ ପାଖକୁ ସଂଗଠନର ସଦସ୍ୟ ଗୋପବନ୍ଧୁ ପଟେଲ, ରମ୍ୟ ରଞ୍ଜନ ସାହୁ, ଆଲୋକ ପଟେଲ, ଚନ୍ଦ୍ରଶେଖର ମିଶ୍ର ପ୍ରମୁଖ ପହଞ୍ଚି ସହଯୋଗର ହାତ ବଢ଼ାଇଛନ୍ତି । ତେବେ ଯୁବ ସମାଜସେବୀ ରଘୁନାଥ ନାୟକ ସଂପୃକ୍ତ ପ୍ରକାଶିତ ଖବରକୁ ସୋସିଆଲ ମିଡ଼ିଆ ତଥା ଟ୍ୱିଟର ମାଧ୍ୟମରେ ଲୋକଲୋଚନକୁ ଆଣିଥିଲେ ।

jittmm
Leave A Reply

Your email address will not be published.